ବିଷମକଟକ ତହସିଲଦାରଙ୍କ ଆଦେଶ ବିରୁଦ୍ଧରେ ଜିଲ୍ଲାପାଳ ଙ୍କ ଆଗେ ଫେରାଦ ହେଲେ ବିଭନ୍ନ ସଂଗଠନ ..
ରାୟଗଡା :ବିଷମକଟକ ତଥା ଏହାର ଆଖ ପାଖରେ ଥିବା ଅଞ୍ଚଳ ସବୁ ଗ୍ରାମୀଣ କ୍ଷେତ୍ର ଅନ୍ତର୍ଭୁକ୍ତ I ଜମି ପଞ୍ଜିକରଣ, କର, ଜମି ର ମୂଲ୍ୟାଙ୍କନ ଏସବୁ ହେବ ଗ୍ରାମୀଣ ଶ୍ରେଣୀ ରେ କିନ୍ତୁ ବାବୁ ଙ୍କୁ ସୁହାଇବା ଓ ଜିଦ ପାଇଁ ବିକ୍ରି ବଟା ସବୁ ସହରୀ ଢାଞ୍ଚା ରେ ହେବା ଆବଶ୍ୟକ I ଏଭଳି ତୁଗଲକି ଫତ୍ୱା ବିରୋଧ ରେ ଆଜି ସ୍ଥାନୀୟ ବିଷମକଟକ ବାର ଆସୋସିଏସନ, ବିଷମକଟକ ନାଗରିକ ମଞ୍ଚ, ମୁନିଗୁଡା ବିକାଶ ପରିଷଦ, ବିଷମକଟକ, ମୁନିଗୁଡା, ତଥା ଅମ୍ବାଦଳା, ଚନ୍ଦ୍ରପୁର ଅଞ୍ଚଳ ରୁ ଶତାଧିକ ଲୋକେ ଆଜି ବିଷମକଟକ ଠାରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ରେ ବିଷମକଟକ ତହସିଲଦାର କେ. ଭେଙ୍କେଟେଶ୍ୱର ରେଡି ଙ୍କ ତୁଗଲକି ଫତ୍ୱା ବିରୁଦ୍ଧରେ ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ I ଦୀର୍ଘ ଏକ ବର୍ଷ ରୁ ଅଧିକ ସମୟ ହେବ ବିଷମକଟକ ଉପନିବନ୍ଧକ ଙ୍କ କାର୍ଯ୍ୟାଳୟରେ ଜମି ଜମା କାରବାର ପ୍ରାୟତଃ ବନ୍ଦ ରହିଥିବା ଅଭିଯୋଗ ହେଉଛି I ଚାଷ ଜମି ବ୍ୟତୀତ ପ୍ଲଟ, ଘର, ଦୋକାନ ଗୃହ ଆଦି ଅସ୍ଥାବର ସମ୍ପତ୍ତି ବିକ୍ରି ରେ ବେଆଇନ ଭାବେ ରୋକ ଲଗାଇଛନ୍ତି ବିଷମକଟକ ତହସିଲଦାର I ଅଭିଯୋଗକାରି ଙ୍କ ମୁତାବକ ବିଷମକଟକ, ମୁନିଗୁଡା, ଅମ୍ବାଦଳା, ଚନ୍ଦ୍ରପୁର ଏ ସମସ୍ତ ଅଞ୍ଚଳ ଗ୍ରାମୀଣ ଶ୍ରେଣୀ ଅନ୍ତର୍ଭୁକ୍ତ I ତେବେ ଏଠାକାର ଜମି ଜମା କାରବାର ‘ଦୁଦା’ ନିୟମ ରେ କରିବାକୁ ଜିଦ ଧରିଛନ୍ତି ତହସିଲଦାର I ନିୟମ କୁ ବ୍ୟତିରେକ କରି କିଛି ଜିଲ୍ଲାଧିକାରୀ ମଧ୍ୟ ଏହି ତୁଗଲକି ନିର୍ଦେଶ କୁ ପରୋକ୍ଷ ରେ ସମର୍ଥନ କରୁଥୁବା ପରୀତାପ ର ବିଷୟ I ଯେତେବେଳେ ଅନ୍ୟ ଜିଲ୍ଲା ରେ ଜମି ଜମା ପଞ୍ଜିକରଣ ଚାଲୁ ରହିଛି, ସେତିକି ବେଳେ ବିଷମକଟକ ଠାରେ ଏହା ସମ୍ପୂର୍ଣ ରୂପେ ଠପ ପଡିଛି I
ସରକାର ଯେତେବେଳେ ଗ୍ରାମାଞ୍ଚଳ ର ସୁବିଧା ଦେଉଛନ୍ତି ତେବେ ତହସିଲଦାର କିଭଳି ସେଠାରେ ସହରାଞ୍ଚଳ ନିୟମ ଥୋପୁଛନ୍ତି I ତହସିଲଦାର କଣ ସରକାର ଙ୍କ ଠାରୁ ଉର୍ଦ୍ଧ କି ବୋଲି ପ୍ରଶ୍ନ କରିଛନ୍ତି ବିଷମକଟକ ନାଗରିକ ମଞ୍ଚ ର ସଭାପତି ଗୋପାଳକୃଷ୍ଣ ପଟନାୟକI ତହସିଲଦାର ଙ୍କ ଏଭଳି ଆଦେଶ ପାଇଁ ଦୀର୍ଘ ଏକ ବର୍ଷ ହେବ ଅସ୍ଥାବର ସମ୍ପତ୍ତି ବିକ୍ରି ହୋଇପାରୁ ନାହିଁ I ବାବୁଙ୍କ ଜିଦ ପାଇଁ ଚିକିତ୍ସା, ବାହାଘର, ପାଠପଢ଼ା ଆଦି ଜରୁରୀକାଳୀନ ପରିସ୍ଥିତି ରେ ଘର, ପ୍ଲଟ କିମ୍ବା ଦୋକାନ ଆଦି ବିକ୍ରି କରିବା ଆଶା ରେ ଥିବା ଯେକୌଣସି ବ୍ୟକ୍ତି, ବିଶେଷ ରୂପେ ପ୍ରଭାବିତ ହେଉଛନ୍ତି I
ଅଭିଯୋଗକାରି ଙ୍କ ଅନୁଯାଇ ଯଦି ସରକାର ଵିଧି ବଦ୍ଧ ଭାବେ କୌଣସି ନିର୍ଦେଶ ନାମା ଜାରି କରିଛନ୍ତି ତେବେ ସେହି ଆଇନ ବ୍ୟବସାୟିକ ଅନୁଷ୍ଠାନ ମାନଙ୍କ ଦ୍ୱାରା ବ୍ୟବସାୟିକ ଉଦେଶ୍ୟରେ ବିକ୍ରି କରୁଥିବା ଲୋକଙ୍କ କ୍ଷେତ୍ର ରେ ଲାଗୁ କରା ଯାଉ, ପୁରାତନ କିମ୍ବା ଜରୁରୀ କାଳୀନ ପରିସ୍ଥିତି ରେ ଯେଉଁ ବ୍ୟକ୍ତି ନିଜ ର ସମ୍ପତ୍ତି ବିକ୍ରି କରୁଛି ସେହି ଭଳି ପରିସ୍ଥିତି କୁ ବିଶେଷ ଧ୍ୟାନ ଦିଆଯିବା ପାଇଁ ଦାବି କରାଯାଇଛି I ଅନ୍ୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଗ୍ରାମୀଣ ସମସ୍ତ ଅଞ୍ଚଳ ରେ ଜମି ଜମା କାରବାର ଜୋର ସୋର ରେ ଚାଲିଥିବା ବେଳେ ବିଷମକଟକ ତହସିଲ ରେ କାହିଁକି ହେଉ ନାହିଁ, ପଞ୍ଜିକରଣ ର ଆସୁଥିବା କର ର ପରିମାଣ ପ୍ରତି ଜିଲ୍ଲାଧିକାରୀ ଙ୍କ ଦୃଷ୍ଟି ନ ଯିବା ପ୍ରଶାସନିକ ଦୋଷ ଦୁର୍ବଳତା ଜାହିର କରୁଛି ବୋଲି ଅଭିଯୋଗକାରି ପ୍ରକାଶ କରିଛନ୍ତି I ଏ ନେଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କ ଠାରୁ ବୁଝି ସମସ୍ୟାର ସାମଧାନ ପାଇଁ ବାଟ ବାହାର କରିବେ ବୋଲି କହିଥିବା ବିଷମକଟକ ବାର ସଙ୍ଘ ର ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ସ୍ପଷ୍ଟ କରିଛନ୍ତି I ତେବେ ଦୀର୍ଘ ଏକ ବର୍ଷ ଭିତରେ ତହସିଲଦାର କେଉଁ ସବୁ ପଞ୍ଜିକରଣ କୁ ଅନୁମତି ଦେଇଛନ୍ତି, ସେ ସବୁ ଦୁଦା ନିୟମ ରେ ହୋଇଛି କି ନାହିଁ ତାହାର ସମୀକ୍ଷା ଓ ତଦନ୍ତ କରାଯିବା ପାଇଁ ମଧ୍ୟ ଦାବି ଜୋର ଧରିଥିବା ଜଣାପଡିଛି I ପୂର୍ବରୁ ନଭେମ୍ବର 2023 ରେ ଆୟୋଜିତ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଏଡିଏମ ଭାସ୍କର ରୋଇତ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ହେଲେ ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରି ନାହିଁ ତେବେ ଆଗାମୀ 30 ଦିନ ମଧ୍ୟରେ ରେ ଏହି ସମସ୍ୟାର ସମାଧାନ ନ ହେଲେ ସାମୁହିକ ଭାବେ ବିଷମକଟକ ତହସିଲ ଆଗରେ ପ୍ରତିବାଦ କରାଯିବା ନେଇ ବିଷମକଟକ ନାଗରିକ ମଞ୍ଚ, ମୁନିଗୁଡା ବିକାଶ ପରିଷଦ ତରଫରୁ ପତ୍ର ରେ ଚେତାଇ ଦିଆଯାଯାଇଥିବା ସୂଚନା ରହିଛି I
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ