ଭାରତ ବନ୍ଦ ଡାକରା ର ପ୍ରଭାବ ରାୟଗଡା ସହର ରେ ଦେଖିବାକୁମିଳିଛି
ରାୟଗଡା : ଆଜି ରାୟଗଡା ସହର ରେ ରାୟଗଡା ଜ଼ିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ଭାରତ ବନ୍ଦ ର ଡାକରା ରେ ରାୟଗଡା ସହର ରେ ଦେଖିବାକୁ ମିଳିଛି l ଏହି ବନ୍ଦ କୁ ସମର୍ଥନ କରି ଦୋକାନ ବଜ଼ାର ଯାନବାହାଁ ସ୍କୁଲ କଲେଜ ବ୍ୟାଙ୍କ ଇତ୍ୟାଦି ବନ୍ଦ ରହିଥିବା ର ଦେଖାଯାଇଥିଲା l ସୂଚନା ଯୋଗ୍ୟଯେ ଜେ ଗତ 1 ତାରିଖରେ ଭାରତ ର ସର୍ବୋଚ୍ଚ ନ୍ୟାୟଲୟ ଙ୍କ ନିର୍ଣ୍ଣୟ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଭାଗିଦାରୀ ଆରକ୍ଷଣ କୁ ସମାପ୍ତ କରିବା ଉଦେଶ୍ୟ ରେ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହା ଅତି ଦୁର୍ଭାଗ୍ୟ ଜନକ ଓ ଅଣସାମ୍ବିଧାନିକ ଅଟେ l ମୂଳ ଧାରା ସମ୍ବିଧାନ ର 341 ଓ 342 କୁ ବିରୁଦ୍ଧଆଚରଣ କରୁଛି l ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣ ଉପରେ ବର୍ଗିକରଣ କୁ କେବଳ ସାଂସଦ ଓ ରାଷ୍ଟ୍ରପତି ଙ୍କ ଅଧିକାର ରହିଛି l କିନ୍ତୁ ଗତ 1 ତାରିଖ ରର ସର୍ବୋଚ୍ଚ ନ୍ୟାୟଲୟ ଆରକ୍ଷଣ ଭିତିରେ ଅରକ୍ଷଣ ଓ ବର୍ଗିକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର ଙ୍କୁ ନିର୍ଦେଶ ଦେଇଛନ୍ତି l ଏହାଦ୍ୱାରା ମୂଳ ସମ୍ବିଧାନ ର ଜନକ ଡ଼କ୍ଟର ବି ଆର ଆମ୍ବେଦକର ଙ୍କୁ ଅସମ୍ମାନ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ର ଲୋକଙ୍କୁ ଦୁର୍ବଳ କରିବା ଓ ଭାଇଚାରା କୁ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରାଯାଇଛି ବୋଲି ଜ଼ିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତ କରି୍ୟନୁଷ୍ଠାନ କମିଟି ପକ୍ଷରୁ ଭାରତ ବନ୍ଦ ଡାକରା ରେ ସାମିଲ ହୋଇ ରାୟଗଡା ବନ୍ଦ କରିଥିଲେ l ସେଥିପାଇଁ ଜରୁରୀ କାଳୀନ ସେବା କୁ ଛାଡି ସମସ୍ତ ଦୋକାନ ବଜ଼ାର, ଯାନବାହାନ ସକାଳ 6 ଘଂଟିକା ରୁ ବନ୍ଦ ରହିଥିବା ର ଦେଖିବାକୁ ମିଳିଛି l ଏହି ଭାରତ ବନ୍ଦ ଡାକରା ର ନେତୃତ୍ୱ ନେଇଥିଲେ ଗଙ୍ଗାଧର ପୁଆଲା, ମାଦା ରାଓ କଣ୍ଡଗୋରି,ମୀନାରାଓ ହୁଇକା, ମୀନାରାଓ ହିମରିକା, ହରିହର ହିମରିକା, ଜଗନ୍ନାଥ ମଣ୍ଡାଙ୍ଗୀ,ତମା ରାଓ ବିଡ଼ିକା, ନରେନ୍ଦ୍ର ନାୟକ,ଅଶୋକ ପୁଆଲା ଧନିରାମ ନାୟକ, ବୃନ୍ଦାବନ ନାୟକ, ହର ପ୍ରସାଦ ହେପୃକା l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ