ଉମରକୋଟ ରୁ ଲିଙ୍ଗରାଜ ମନ୍ଦିରକୁ ବୋଲବମ ଯାଇ ଉମରକୋଟ ଜଣେ ବ୍ୟକ୍ତି ୯ ଦିନ ହେଲା ନିଖୋଜ, ପରିବାରରେ ଦୁଃଖର ଛାୟା…….
ଉମରକୋଟ :- (ଏମ. ଦିନା°ଶୁ ଆଚାରୀ) ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ଯାଇ ଜଣେ ବ୍ୟକ୍ତି ଦୀର୍ଘ ୯ ଦିନ ଧରି ନିଖୋଜ କୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି। ସ୍ଵାମୀ ନିଖୋଜ ନେଇ ସ୍ତ୍ରୀ ଓ ଜଣେ ମାତ୍ର ଛୋଟ ଝିଅର ଆଖିରୁ ଲୁହ ସୁଖୁନି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲ ପଦର ଗ୍ରାମ ର ୬୦ଜଣ ପୁରୁଷ ମହିଳା ଉମରକୋଟରୁ ଗୋଟିଏ ବସ ଭଡ଼ା କରି ୧୦ତାରିଖ ରାତି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ଯାଇଥିଲେ। ୧୧ ତାରିଖ ରେ ପହଞ୍ଚିବ। ପରେ ଗଡଗଡିଆ ଘାଟରୁ ପାଣି ଉଠେଇ ଲିଙ୍ଗରାଜ ମହାପ୍ରଭୁ ଙ୍କ ଉପରେ ପାଣି ପକାଇ କୋଣାର୍କ ବୁଲିବା କୁ ଯାଇ ପୁରୀ ଆସିଥିଲେ। ୧୩ ତାରିଖ ଦିନ ସମସ୍ତେ ସମୁଦ୍ର ବୁଲା ବୁଲି କରି ପୁରୀ ସ୍ବର୍ଗ ଦ୍ବାରକୁ ଆସିଥିଲେ। ସେଠାରେ ଜଗ ରାଉତ ନାମକ ଜଣେ ବ୍ୟକ୍ତି ସାଙ୍ଗରେ ନେଇକି ଯାଇଥିବା ସ୍ତ୍ରୀ ଲଳିତା ରାଉତ କୁ ସ୍ବର୍ଗ ଦ୍ଵାର ପାଖରେ ଠିଆ କରାଇ ଚୁଡ଼ି କିଣିକି ଆସୁଛି ବୋଲି କହି ଯାଇଥିଲେ। କିନ୍ତୁ ସେଠାରୁ ଆଉ ସେ ଫେରି ନ ଥିଲେ। ଦିନ ରାତି ତମାମ ଖୋଜାଖୋଜି କରିବା ପରେ ୧୩ ତାରିଖ ଦିନ ପୁରୀ ସମୁଦ୍ର କୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେଠାରେ ୨ ଜଣ ଲୋକ ଖୋଜା ଖୋଜି କରିବା ପାଇଁ ରହି ଯାଇ ଥିଲେ ଆଉ ଅନ୍ୟ ସବୁ ଲୋକେ ଘର କୁ ଆସି ଯାଇଥିଲେ। ୨ ଦିନ ପରେ ପୁଣି ଚିକଲ ପଦର ଗ୍ରାମ ରୁ ୪ ଜଣ ଗଲେ। ମୋଟ ୬ ଜଣ ସେଠାରେ ରହି ଖୋଜା ଖୋଜି କଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଯୋଗ ର କୌଣସି ସନ୍ଧାନ ମିଳି ନାହି। ପୋଲିସ କହିଛି ପାଇଲେ ଖବର ଦେବୁ। କିନ୍ତୁ ପୋଲିସ ଏହି ଘଟଣା ରେ କୌଣସି ତତ୍ପର ଦେଖାଉ ନଥିବା ପରିବାର ଲୋକେ ଅଭିଯୋଗ କରିଚନ୍ତି। ଅପର ପକ୍ଷରେ ଏକ ମାତ୍ର ରୋଜଗାରିଆ ପୁଅ କୁ ହରାଇ ପିତା ମାତା ପ୍ରାୟ ଶଯ୍ୟା ସାୟୀ। ବାପା କୁ ମନ ପକାଇ ଏକ ମାତ୍ର କୁନି ଝିଅ ର ଆଖି ରୁ ଲୁହ ଶୁଖୁନି। ସ୍ଵାମୀ ନିଖୋଜ ହେବ। ପରେ ସ୍ତ୍ରୀ ଘରେ ଆର୍ଥିକ ଅନାଟନ ଦେଖା ଯିବା ସହ ସ୍ବାମୀ କୁ ମନ ପକାଇ ପକାଇ ଆଖି ର ଲୁହ ସୁଖୁନି। ବର୍ତ୍ତମାନ ଆର୍ଥିକ ଅନାଟନ ଯୋଗୁ ଚଳୀବା କଷ୍ଟ କର ହେଇ ଯାଇଛି ବୋଲି କହିଛନ୍ତି ଲଳୀତ। ସ୍ବାମୀ କୁ ଶୀଘ୍ର ଆଣି ଦିଅ ବୋଲି ବୁକୁ ଫଟ।ଚିତ୍କାର କରି କାନ୍ଧୁ ଛନ୍ତି ସ୍ତ୍ରୀ ଲଳିତା ତୁରନ୍ତ ରାଜ୍ୟ ସରକାର୍ ଓ ନବରଙ୍ଗପୁର ଓ ପୁରୀ ଜିଲ୍ଲା ପ୍ରଶାସନ ଜଗ କୁ ଖୋଜି ବାହାର କରିବା ପାଇଁ ଉଦ୍ୟମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।