ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ପଥ ପ୍ରାନ୍ତ ନାଟକ , ଲିଫ୍ଲେଟ୍ ପାଇଲେ ଶତାଧିକ ଚାଷୀ..
ପରିସର ମଧ୍ୟରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯକ୍ରମ (୨୦୨୩-୨୪) ଆନୁକୁଲ୍ୟ ରେ ଡାକ୍ତର କୃଷ୍ନାନନ୍ଦ ବେହେରା,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ,ରାମନାଗୁଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗାଈ ଗୋରୁ ମାନଙ୍କର ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ମଣ୍ଡଳ,ଗୋଷ୍ଠୀ ଉନ୍ନୟନ ଅଧିକାରୀ,ରାମନାଗୁଡ଼ା ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଭାସ୍କର କାଡ୍ରାକା ,ସରପଞ୍ଚ ଶୁନ୍ଧି ଧାମୁଣୀ ଗ୍ରାମ ପଞ୍ଚାୟତ,ଶ୍ରୀଯୁକ୍ତ କମଳ ଲୋଚନ ମୁଟିକା,ସମିତି ସଭ୍ୟ ଶୁନ୍ଧି ଧାମୁଣୀ ଗ୍ରାମ ପଞ୍ଚାୟତ,ଅତିରିକ୍ତ ତହସିଲଦାର , ରାମନାଗୁଡା,
ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ,ରାମନାଗୁଡ଼ା ଯୋଗଦାନ କରିଥିଲେ । ଫାଟୁଆ ରୋଗ ଏକ ଭୁତାଣୁ ଜନିତ ସଂକ୍ରାମକ ରୋଗ । ଏହି ରୋଗ ସାଧାରଣତଃ ବିଭାଜିତ ଖୁରା ଜାତୀୟ ପ୍ରାଣୀ (ଗାଈ,ଗୋରୁ,ମଙ୍ଗିଶି,ଛେଳି,ମେଣ୍ଢା ଓ ଘୁଷୁରୀ) ମାନଙ୍କ ଠାରେ ଦେଖାଯାଏ।ଉକ୍ତ ପ୍ରାଣୀ ମାନଙ୍କୁ ଏହି ରୋଗ ହେଲେ ଶରୀର ର ଉତ୍ତାପ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଖୂରା ଓ ପାଟିରେ ଘା ସୃଷ୍ଟି ହୁଏ।ଦୁଧିଆଳୀ ଗାଈ ମାନଙ୍କୁ ଏହି ରୋଗ ହେଲେ ହଠାତ୍ କ୍ଷୀର କମେଇ ଦିଅନ୍ତି।ଅଳ୍ପ କେତେକ ଗାଈ ମାନଙ୍କ ର ଚିର ରେ ଘା ମଧ୍ୟ ସୃଷ୍ଟି ହୁଏ।ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଆକ୍ରାନ୍ତ ପ୍ରାଣୀ ମାନଙ୍କୁ ସୁସ୍ଥ ପ୍ରାଣୀଙ୍କ ଠାରୁ ଅଲଗା ରଖିବା ଦରକାର।ଆକ୍ରାନ୍ତ ପ୍ରାଣୀଙ୍କ ଖୁରା ରେ ହୋଇଥିବା ଘା ଗୁଡ଼ିକୁ ଖାଇବା ସୋଡା ପାଣି ରେ ଧୋଇ ଆଣ୍ଟିବାୟୋଟିକ୍ ମଲମ ଲଗାଇଲେ ତାହା ଭଲ ହୋଇଯାଏ।ପାଟିରେ ହୋଇଥିବା ଘା କୁ ଖାଇବା ସୋଡ଼ା ପାଣି ରେ ଧୋଇ ବୋରୋ ଗ୍ଲିସେରିନ ମଲମ ଲଗେଇ ଲେ ଭଲ ହୋଇଯାଏ।ଏହି ରୋଗ ନ ହେବା ପାଇଁ ସମସ୍ତ ସୁସ୍ଥ ବିଭାଜିତ ଖୁରା ଜାତୀୟ ପ୍ରାଣୀ ମାନଙ୍କୁ ବର୍ଷକୁ ଦୁଇ ଥର ଟୀକା କରଣ କରିବା ଉଚିତ୍।ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ ଯୋଜନା ରେ ଏହି ରୋଗ ର ଟୀକା ସମ୍ପୂର୍ଣ୍ଣ ମାଗଣା ରେ ପ୍ରଦାନ କରାଯାଉଛି। ଉପୋରକ୍ତ ସମସ୍ତ ତଥ୍ୟ କୁ ମାରୁତି କଳା ପରିଷଦ,ଗୁଡ଼ାରୀ ଦ୍ଵାରା ସମସ୍ତ ଜନସାଧାରଣ ଙ୍କ ର ଅବଗତି ନିମନ୍ତେ ନାଟକ ମାଧ୍ୟମରେ ପରିବେଷଣ କରାଯାଇଥିଲା।ଏଥି ସହିତ ଫାଟୁଆ ରୋଗ ର ଲିଫ୍ଲେଟ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ଶେଷରେ ମୁଖ୍ୟ ଅତିଥି ଉପସ୍ଥିତ ଶତାଧିକ ଚାଷୀ ଭାଇ ଭଉଣୀ ମାନଙ୍କୁ ସେମାନଙ୍କର ଗୃହ ପାଳିତ ପ୍ରାଣୀ ମାନଙ୍କୁ ନିୟମିତ ଟୀକାକରଣ ପାଇଁ ଉପଦେଶ ଦେଇଥିଲେ ।ସର୍ବ ଶେଷରେ ଡାକ୍ତର ପାର୍ଥସାରଥୀ ସ୍ୱାଇଁ,ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ,ରାମନଗୁଡ଼ା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ ସଞ୍ଜିବ୍ କୁମାର ଦାଶ