ଗଜପତି:- ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ କଳା ବ୍ୟାଜ ପିନ୍ଧି ମହିଳା ଡାକ୍ତର , ନର୍ସ ଓ ଏଏନଏମ: ମାନଙ୍କ ବିକ୍ଷୋଭ ଓ ରାଲି
ପଶ୍ଚିମବଙ୍ଗର କୋଲକାତା ଠାରେ ଡ୍ୟୁଟି ସମୟରେ ପିଜି: ଡାକ୍ତର ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ବିଭୀଷିକା ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତର ମାନଙ୍କ ଧର୍ମଘଟ ଓ ହରତାଳ ପ୍ରଭୃତି ଚାଲିଥିବା ବେଳେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ମହିଳା ଡାକ୍ତରଙ୍କ ସମେତ ନର୍ସ , ଏଏନଏମ ଓ ଆଶା ମାନଙ୍କ ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
କୋଲକାତା ଠାରେ ମହିଳା ପିଜି ଡାକ୍ତରଙ୍କ ପ୍ରତି ଘଟି ଯାଇଥିବା ଅମାନୁଷିକ ତଥା ବିଭୀଷିକା ଘଟଣାର ଘୋର ନିନ୍ଦା କରିବା ସହ ଏହାର ପ୍ରତିବାଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ମହିଳା ଡାକ୍ତରଙ୍କ ସମେତ ଷ୍ଟାଫନର୍ସ , ନର୍ସ , ସ୍ବାସ୍ଥ୍ୟକର୍ମୀ ଓ ଆଶା ମାନେ ଡ୍ୟୁଟି ସମୟରେ କଲାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।
ଏଥି ସହ ଏମାନେ ସମସ୍ତେ ପ୍ରସୂତି କାଳୀନ ଓ ଶିଶୁ କେନ୍ଦ୍ର ପରିସରରେ ବ୍ୟାନର ଓ ପ୍ଲାକାର୍ଡ ମାନ ଧରି ମହିଳା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ସୁରକ୍ଷା ଓ ବିଭିନ୍ନ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ସରକାର ତୁରନ୍ତ ଏକ ଆଇନ ଆଣିବା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ମୁଖ୍ୟ ଚିକିତ୍ସାଳୟ ପରିକ୍ରମା କରିଥିଲେ ।
ଏ ସମ୍ପର୍କରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ରେଡ଼ିଓ ଲୋଜିଷ୍ଟ ଡାକ୍ତର ଜେ: ଅରୁଣା ଘଟଣାକୁ ଘୋର ନିନ୍ଦା କରି କାର୍ଯ୍ୟ ସମୟରେ ମହିଳା ଡାକ୍ତର କି ସ୍ବାସ୍ଥ୍ୟକର୍ମୀ ମାନେ ଆଦୌ ସୁରକ୍ଷିତ ନୁହଁନ୍ତି । ଆମପାଇଁ ସରକାର ସ୍ବତନ୍ତ୍ର ଆଇନ ଆଣି ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା କରାଯାଉ ।ଯାହାକି କାର୍ଯ୍ୟ ସମୟରେ ସୁରକ୍ଷା ନାହିଁ ତ କାମନାହି , ତେଣୁ ଆମପାଇଁ ଅନ୍ୟୁନ ମୌଳିକ ସୁବିଧା ବ୍ୟବସ୍ଥା କରାଯାଉ । ଏ ସବୁ ଯଥୋଚିତ ଦାବୀ ସହିତ ପ୍ରକୃତ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ ଦିଆଯାଉ ବୋଲି କହିଥିଲେ ।
ସେହିଭଳି ସନ୍ଧ୍ୟା ସମୟରେ ପ୍ୟାଲେସ ଛକ ଠାରୁ ପାରଳା ୟୁଥ୍ କ୍ଲବ୍ ପକ୍ଷରୁ ମଧ୍ୟ କୋଲକାତା ଠାରେ ପିଜି ଡାକ୍ତରୀ ଛାତ୍ରୀ ଉପରେ ଗଣ ବଳାତ୍କାର ଓ ହତ୍ୟା ଘଟଣା ଉପରେ ଏକ ବିରାଟ ରାଲି ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
————————————————