July 21, 2026

ବରଗଡ଼ ଗସ୍ତରେ ସଂସ୍କୃତି ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଭୋଟର ତାଲିକା ସଂଶୋଧନ, ସ୍ୱାସ୍ଥ୍ୟ ଓ ଉନ୍ନୟନ ପ୍ରକଳ୍ପର କଲେ ସମୀକ୍ଷା

IMG-20260721-WA0042
Share

ବରଗଡ଼ , ୨୧/୦୭ (ସୁରେନ୍ଦ୍ର କଠାର) – ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ବରଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ (ଇଲେକ୍ଟୋରାଲ ରୋଲ ଅବଜରଭର) ଡ. ବିଜୟ କେତନ ଉପାଧ୍ୟାୟ, ଆଇ.ଏ.ଏସ. ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ଯୋଜନା, ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଏବଂ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି।

 

ବରଗଡ଼ ସର୍କିଟ ହାଉସ୍‌ଠାରେ ସଚିବ ଡ. ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଥିବା ସଘନ ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ। ଏକ ପୃଥକ୍ ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସହିତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲାଇନ୍ ବିଭାଗର ଉନ୍ନୟନମୂଳକ ଯୋଜନାର ପ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଅପରାହ୍ନରେ ସଚିବ ବରଗଡ଼ ସ୍ଥିତ ଅମ୍ବାପାଲି ରେ ବୁଥ୍ ଗୁଡ଼ିକ ପରିଦର୍ଶନ କରି ସ୍ୱତନ୍ତ୍ର ସଘନ ସଂଶୋଧନର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।