ପାରାଦୀପ ବିଜୟଚାନ୍ଦପୁର ଗାଁ ରେ ଦେଖିବାକୁ ମିଳିଛି ଉତ୍ତେଜନା।
ପାରାଦୀପ ବିଜୟଚାନ୍ଦପୁର ଗାଁ ରେ ଦେଖିବାକୁ ମିଳିଛି ଉତ୍ତେଜନା ଅଙ୍ଗନବାଡ଼ି ଦିଦିଙ୍କ ଘରକୁ ଘେରି ଧାରଣା ରେ ବସିଛନ୍ତି ଗ୍ରାମର ଶତାଧିକ ମହିଳା। ଅଙ୍ଗନବାଡ଼ି କେନ୍ଦ୍ରରେ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗରେ ଦିଦିଙ୍କ ଘର ଘେରାଉ କରିଛନ୍ତି ଗାଁର ଶତାଧିକ ମହିଳା,ଯାହାକୁ ନେଇ ଗ୍ରାମରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି l ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ଛତୁଆ, ଅଣ୍ଡା, ସୁଜି, ଲଡୁ, ଶୋଲା, ମୁଢି ଇତ୍ୟାଦିର ଦୁର୍ନୀତି ଅଭିଯୋଗ କରିଛନ୍ତି ମହିଳା। ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ବାଳିକାମାନଙ୍କ ବୈଠକ ଠାରୁ ନେଇ ଶିଶୁଙ୍କ ପାଠ ପଢା ହେଉ ନଥିବା ଅଭିଯୋଗ ଆଣିବା ସହିତ କୌଣସି କାମ ଥିଲେ ଲାଞ୍ଚ ମାଗୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଧାରଣାରତ ମହିଳା l ଯଦି କେହି ଏହାର ପ୍ରତିବାଦ କରୁଛନ୍ତି ତେବେ ଗ୍ରାମବାସୀଙ୍କୁ ଦିଦି ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ମହିଳା। ଏପରିକି ଚଞ୍ଚକତାପୂର୍ବକ ନିଜ ଝିଅକୁ ସେହି କେନ୍ଦ୍ରର ସହାୟିକା ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ। ତେବେ ମହିଳା ମାନଙ୍କ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଅଙ୍ଗନବାଡ଼ି ଦିଦି।
ବାଇଟ – ସ୍ୱପ୍ନା ମଣ୍ଡଳ , ଅଭିଯୋଗକାରି ମହିଳା
ବାଇଟ – ଟୁକୁନିରାଣି ବଳ , ଅଙ୍ଗନବାଡି ଦିଦି , ବିଜୟଚନ୍ଦପୁର। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
