October 5, 2024

ଉମରକୋଟ ବଜ୍ରାଘାତ ରେ ଆଘାତ ହୋଇଥିବା ମହିଳା ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି………

Share

 

 

ଉମରକୋଟ:- (ଏମ.ଦିନା°ଶୁ ଆଚାରୀ) ନବରଙ୍ଗପୂର୍ ଜିଲ୍ଲା ଡାବୁଗାଁ ବ୍ଲକ ନନ୍ଦପୁରା ପଞ୍ଚାୟତ ର ନନ୍ଦପୁରା ଗ୍ରାମରେ କଲି ସନ୍ଧ୍ୟା ସମୟ ରେ ବଜ୍ରାଘାତ ହେବାରୁ ୧୩ ଜଣ ମହିଳା ଆହତ ହୋଇଥିଲେ । ମହିଳାମାନେ ଧାନ ରୁଆ କରିବା ସମୟରେ ହଠାତ୍ ବଜ୍ରାଘାତ ହୋଇଥିଲା । ଫଳରେ ମୋଟ ୧୩ ଜଣ ମହିଳା ଆହତ ହୋଇଥିଲେ । ଗତକାଲି ଗ୍ରାମବାସୀମାନେ ସମସ୍ତଙ୍କୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଆହତ ୧୩ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ରହିଥିବା ମହିଳା ମାନଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରି ଥିବା ଡାକ୍ତର ସନ୍ତୋଷ ପଣ୍ଡା କହିଛନ୍ତି।ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ମହିଳା ମାନଙ୍କ ସ୍ୱାସ୍ଥ ଅବସ୍ଥା ଡାକ୍ତର ସନ୍ତୋଷ ପଣ୍ଡାଙ୍କୁ ପଚାରି ବୁଝିଥିଲେଓ ଆସୁ ଆରାଗ୍ୟ କାମନା କରିଥିଲେ।