March 7, 2026

ଅର୍ଦ୍ଧରାତ୍ରିରେ ବୁଗୁଡ଼ା ମେଡିକାଲ ଛକରେ ବୋମା ମାଡ ଘଟଣାରେ ୭ ଗିରଫ

IMG-20230721-WA0007
Share

ଅର୍ଦ୍ଧରାତ୍ରିରେ ବୁଗୁଡ଼ା ମେଡିକାଲ ଛକରେ ବୋମା ମାଡ ଘଟଣାରେ ୭ ଗିରଫ
ବୁଗୁଡ଼ା : ତା ୨୧/୦୭/୨୩ : ବୁଗୁଡ଼ା ମେଡିକାଲ ଛକର ଜଣେ ଡ୍ରେସ ଦୋକାନୀଙ୍କୁ ଅଜଣା ନମ୍ବରରୁ କଲ କରି ବଟି ମାଗିବା ଓ ବଟି ନମିଳିବାରୁ ଅଧ ରାତିରେ ବୋମା ମାଡ଼ କରିବା ଘଟଣାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବୀର ଧନଞ୍ଜୟପୁର ଶାସନ ଗ୍ରାମର ଶିବ ଶଙ୍କର ପ୍ରଧାନ, କୃଷ୍ଣ ଶରଣପୁର ଗ୍ରାମର କାଳିଆ ପ୍ରଧାନ, କଇମ ଗ୍ରାମର ସନ୍ତୋଷ ନାୟକ, ଖୋଳଖାଳି ଦଣ୍ଡାସିବଞ୍ଜର ଗ୍ରାମର କାହ୍ନୁ ଚରଣ ନାୟକ,କୋଦଳା ଥାନା ଅନ୍ତର୍ଗତ ମଠ ବ୍ରହ୍ମପୁର ଗ୍ରାମର ଗୌତମ ଗୁରୁ, ଓଡ଼ନଈ ଗ୍ରାମର ବସନ୍ତ ଜେନା ଓ ଧନଞ୍ଜୟପୁର ଗ୍ରାମର ଗୋବିନ୍ଦ ବାରିକ l ପୋଲିସ ଏମାନଙ୍କଠାରୁ ଗୋଟିଏ ଛୋଟ ଦେଶୀ ବନ୍ଧୁକ , ୩ଟି ଗୁଳି, ୨ଟି ଜୀବନ୍ତ ବୋମା , ମୋବାଇଲ ଓ ସିମ ଜବତ କରିଛି l ଏ ନେଇ ପୋଲିସ କେସ୍ ନଂ ୫୧୫/୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ, ଗତ ୭ ତାରିଖ ଦିନ ବୁଗୁଡ଼ା ମେଡିକାଲ ଛକରେ ଡ୍ରେସ ଦୋକାନ କରିଥିବା ବି.ଦିଲେଶ୍ଵର ପାତ୍ରଙ୍କୁ ମାଷ୍ଟର ମାଇଣ୍ଡ ଶିବ ଶଙ୍କର ୧୦ ଲକ୍ଷ ଟଙ୍କା ବଟି ମାଗିଥିଲା। ତେବେ ସେ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଡରାଇବା ପାଇଁ ୧୫ ତାରିଖ ମଧ୍ୟରାତ୍ରିରେ ଶିବଙ୍କ ନେତୃତ୍ୱରେ ସନ୍ତୋଷ, କାଁହୁ ସହ ଆଉ ଜଣେ ଯୁବକ ୨ଟି ବାଇକରେ ଆସି ଦିଲେଶ୍ଵରଙ୍କ ଦୋକାନକୁ ଲକ୍ଷ୍ୟ କରି ଦୁଇଟି ବୋମା ଫିଙ୍ଗି ଥିଲେ । ତେବେ ଲକ୍ଷ୍ୟ ଭ୍ରଷ୍ଟ ହୋଇ ପଡୋଶୀ ଔଷଧ ଦୋକାନରେ ବୋମା ବାଜିବାରେ ଔଷଧ ଦୋକାନର କ୍ଷତି ହୋଇଥିଲା l ଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ପ୍ରଥମେ ଜାଲ ସିମ୍ ଯୋଗାଇ ଥିବା ମୋବାଇଲ ଦୋକାନୀ ଗୌତମଙ୍କୁ ଧରିବା ପରେ ଗୋଟିଏ ଦିନରେ ଅନ୍ଯ ୬ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ l ସିମ ଯୋଗାଇବାରେ ସହଯୋଗ କରିଥିବା ଏଜେଣ୍ଟ ଗୋବିନ୍ଦ, ଡିସଟ୍ରିବୁଟର ବସନ୍ତ ଏହି ଜାଲରେ ଛନ୍ଦି ହୋଇଥିବା ବେଳେ ଶିବଠାରୁ ବୋମା ଆଣି ରଖିଥିବା କାଳିଆଠାରୁ ୨ଟି ବୋମା, ସନ୍ତୋଷଠାରୁ ଦେଶୀ ବନ୍ଧୁକ ସହ ଗୋଟିଏ ଗୁଳି ଏବଂ ଶିବଶଙ୍କରଠାରୁ ୨ଟି ଗୁଳି ପୋଲିସ ଜବତ କରିଥିଲା l ଚଢାଉରେ ଏମ.ସନ୍ତୋଷ, ବସନ୍ତ ଉପାଧ୍ୟାୟ, ଅଜୟ ମଲିକ, ଏସିୟା ଶବର, ରଜନୀକାନ୍ତ ସେଠି ପ୍ରମୁଖ ପୋଲିସ କର୍ମଚାରୀ ସାମିଲ ଥିଲେ I