November 21, 2024

ଅନ୍ୟାନ୍ୟ ଆଦର୍ଶ ଆଉ ଯୁବ ଚେତନାର ପ୍ରତୀକ : ସପନ କୁମାର ଜେନା ।

Share

ଅନ୍ୟାନ୍ୟ ଆଦର୍ଶ ଆଉ ଯୁବ ଚେତନାର ପ୍ରତୀକ : ସପନ କୁମାର ଜେନା ।

ଭୁବନେଶ୍ବର ୨୧।୭ (ସମୀର ରଂଜନ ନାୟକ) : ଶିଶୁ କର୍କଟ ଉପରେ ଗବେଷଣାରତ ଅଭିଜ୍ଞ କାଉସିଲର ଯୁବ ସମାଜସେବୀ ସପନ କୁମାର ଜେନା ଏକ ଉଦାହରଣିୟ ବ୍ୟକ୍ତିତ୍ବ ଆଉ ସମାଜ ପାଇଁ ଦବଦୂତ । ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ(ଆଇସିଏମଆର ଅନୁବନ୍ଧିତ) କଟକରେ ସେ କର୍କଟ ରୋଗୀଙ୍କ ସେବାରେ ବ୍ରତୀ । ସେ ଶିଶୁ କର୍କଟ ଉପରେ ଅଧିକ ଗବେଷଣା,ସୁରକ୍ଷା ଦିଗରେ ସୁବାର୍ତା ପ୍ରଚାରକ । ବାପିନ୍ଦ୍ର ଜେନା ଓ ପର୍ବତୀ ଜେନାଙ୍କ ପୁତ୍ର ୧୯୯୨ ମସିହାର ପେଟଛିଲ ଗ୍ରାମ,ମହାକାଳପଡା ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲାରେ ତାଂକ ଜନ୍ମ । ଉତ୍କଳ ୟୁନଭରସିଟି ଅନୁବନ୍ଧିତ ମାର୍ଶାଘାଇ କଲେଜରେ ସୋସିଆଲ ସାଇନସରେ ସ୍ନାତକୋତ୍ତର,ଏଲ୍ଏଲବି ସ୍ନାତକୋତ୍ତର ଏବଂ ସୋସିଆଲ ୱାର୍କରେ ମାଷ୍ଟର ଡ଼ିଗ୍ରୀ ପାଠ୍ୟକ୍ରମ ପରେ ସମ୍ବଲପୁର ୟୁନଭରସିଟିରୁ ମେଥୋଡୋଲୋଜି ବିଭାଗରେ ଗବେଷଣା ଆଦି ଶିକ୍ଷା ଲାଭ କରିଛନ୍ତି । କ୍ୟାନସର୍ ସଚେତନତାର ବାର୍ତ୍ତା ବାଣ୍ଟି କର୍କଟ ରୋଗ ନିରାକରଣର ଏକ ଯୋଗଜନ୍ମା ସାଧକ । ମହାନ୍ ଆଦର୍ଶ ଆଉ ସାଧନର ସୀକୃତି ସ୍ୱରୂପ ସେ ସମ୍ବର୍ଧିତ । ସେ ସ୍ବାସ୍ଥ୍ୟସେବା,ବୃକ୍ଷ ରୋପଣ,ରକ୍ତଦାନ ଉପରେ ଜନତାଙ୍କୁ ସଚେତନ କରାଉଛନ୍ତି ।

You may have missed