September 18, 2026

ଶୋଚନୀୟ ଅବସ୍ଥାରେ କେନାଲ ରାସ୍ତା, ଗମନାଗମନ ହେଉଛି ବାଧାପ୍ରାପ୍ତ,

IMG-20240621-WA0060
Share

 

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ରାମପୁର ଠାରୁ ବରଦା ପର୍ଯ୍ୟନ୍ତ କେନାଲ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଯାହାଦ୍ୱାରା ଜରୁରୀକାଳୀନ ଗାଡି ଏବଂ ଜନସାଧାରଣଙ୍କ ଯାତାୟାତରେ ହେଉଛି ବାଧା ସୃଷ୍ଟି । ବାରମ୍ବାର କାମ ହେଉଛି ହେଲେ ବେଶି ଦିନ ଯାଉନି । ଠିକାଦାରଙ୍କ ମନମୁଖି ମନୋଭାବ ଓ ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତାର ଅବସ୍ଥା ଶୋଚନୀୟ ହେଉଛି । କେନାଲ ରାସ୍ତାରେ ଭାରୀଯାନ ଯାତାୟାତ କରିବାର ନିୟମ ନଥିଲେ ମଧ୍ୟ ସେହି ରାସ୍ତା ଦେଇ ଚୋରା ଖଣିଜ ପଦାର୍ଥ ଗାଡି ଅନେକ ସମୟରେ ଯିବାଆସିବା କରୁଥିବା ଜନସାଧାରଣଙ୍କ ଠାରୁ ଶୁଣାଯାଏ । ରାସ୍ତା ଖରାପ ହେବାର ମୂଳ କାରଣ ହେଉଛି ନିମ୍ନମାନର କାମ । ଚୋରା ଖଣିଜ ପଦାର୍ଥ ଗାଡି ଓ ଅତି ନିମ୍ନମାନର କାମ ପାଇଁ ସରକାରଙ୍କର ବହୁ ଅର୍ଥ ବରବାଦ ହେଉଛି । ସେଥିପାଇଁ ବିଭାଗୀୟ ଅଧିକାରୀ ପ୍ରାୟ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ରାସ୍ତାର ଅବସ୍ଥାକୁ ଅନୁଧ୍ୟାନ କଲେ ଜଣାପଡୁଛି । ଏ ବାବଦରେ ବିଭାଗୀୟ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ ଯଦି ଧ୍ଯାନ ଦିଅନ୍ତେ ନିଶ୍ଚିତ ଭାବେ ରାସ୍ତାଟି ଜନସାଧାରଣଙ୍କ ସେବାରେ ଆସିପାରନ୍ତା ବୋଲି ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ଠାରୁ ସଂଗୃହୀତ ଖବରରୁ ଜଣାପଡିଛି ।।

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,

You may have missed