March 10, 2026

ବୁଗୁଡା ତହସିଲ ପକ୍ଷରୁ ବେଆଇନ କ୍ରସର ସିଲ୍

IMG-20240621-WA0058
Share


ବୁଗୁଡ଼ା : ତା ୨୧/୦୬/୨୪ : ବୁଗୁଡା ଅଞ୍ଚଳରେ ବେଆଇନ ପଥର ଚୋରା ଚାଲାଣ ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଦୀର୍ଘ ଦିନ ପରେ ଆଜି ତହସିଲ ପ୍ରଶାସନର ନିଦ ଭାଙ୍ଗିଥିବା ଦେଖିବାକୁ ମିଳିଛି । ତହସିଲ ପ୍ରଶାସନ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରାଯାଇ ପଥର ବୋଝେଇ ଏକ ହାଇଓ୍ବା ଓ ଏକ ଜେସିବିକୁ ଜବତ ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ କାଗଜପତ୍ର ଠିକ୍ ନଥିବା ଏକ କ୍ରସରକୁ ମଧ୍ୟ ସିଲ୍ କରିଥିବା ଜଣାଯାଇଛି । ପ୍ରକାଶ ଯେ , ବେଆଇନ ପଥର ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ତହସିଲଦାର ତାପସ ରାଉତ ମୋଟାବାଡି ଏବଂ ବୁଗୁଡା ରାଜସ୍ବ ନିରୀକ୍ଷକ ଦ୍ବୟଙ୍କ ସହଯୋଗରେ ବେତରାସିଙ୍ଗି ନିକଟସ୍ଥ ଏକ ପାହାଡରୁ ବେଆଇନ ପଥର ଚୋରା ଚାଲାଣ ହେଉଥିବା ବେଳେ ଅଚାନକ ଚଢାଉ କରି ଏଥିରେ ସମ୍ପୃକ୍ତ ହାଇଓ୍ବା ଓ ଜେସିବିକୁ ଜବତ କରିଥିଲେ । ଏଥି ସହ ମାଣିତରା ପଞ୍ଚାୟତର ମକରାପଲ୍ଲୀଠାରେ ବେଆଇନ ଭାବେ ଚାଲିଥିବା ଏକ କ୍ରସରକୁ ସିଲ୍ କରାଯାଇଥିଲା । ତହସିଲ ପ୍ରଶାସନ ଏତାଦୃଶ ପଦକ୍ଷେପ ଯୋଗୁଁ ପଥର ମାଫିଆମାନଙ୍କ ଛାତିରେ ଛନକା ପଶିଯାଇଥିବା ଜଣାଯାଇଛି ।