July 1, 2024

ବୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Share


ବୁଗୁଡ଼ା : ତା ୨୧/୦୬/୨୪ : ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ବୁଗୁଡା ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ୧୦ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ସହର ମଧ୍ୟରେ ଏକ ମିନି ମାରାଥନ୍ ଦୌଡ଼ ସାଙ୍ଗକୁ ଷ୍ଟାଡିୟମ୍ ପରିସରରେ ସାମୁହିକ ଯୋଗାଭ୍ଯାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନବ ନିର୍ବାଚିତ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ , ବିଡିଓ ସନ୍ତୋଷ କୁମାର ଜେନା , ତହସିଲଦାର ତାପସ ରାଉତ , କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ଓ ଘୁମୁସର ସାଂଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡାଙ୍କ ପ୍ରମୁଖଙ୍କ ସମେତ ପିପୁଲ୍ସ କଲେଜ କଲେଜ ଛାତ୍ରଛାତ୍ରୀ , ବ୍ଲକ ଓ ଏନ୍ଏସି କର୍ମଚାରୀ ଏବଂ ସାଧାରଣ ଜନତା ଅଂଶ ଗ୍ରହଣ କରିଥିଲେ ।
ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ପିପୁଲ୍ସ କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗାସନ ପ୍ରଦର୍ଶିତ ହୋଇଥିଲା ।

You may have missed