July 3, 2024
Share

ଅସ୍ତରଙ୍ଗ,,ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି ,ଙ୍କ ଆହ୍ଵାନ କ୍ରମେ ଜୁନ୨୧ ତାରିଖ କୁ ବିଶ୍ବ ଯୋଗ ଦିବସ ପାଳନ କରାଯାଇ ଆସୁ ଅଛି । ଶୁକ୍ରବାର ଦିନ ଏହି ଉପଲକ୍ଷେ ,ଅସ୍ତରଙ୍ଗ ବ୍ଲକ ପଡିଆ ଠାରେ ସକାଳ ସାତ ଘଟିକା ରେ ଯୋଗ ଦିବସ ଅନୁଷ୍ଠିତ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ସମେତ କାକଟପୁର ବ୍ଲକ ଅଞ୍ଚକରୁ ବହୁ ଶିକ୍ଷିତ ,ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ,ମହିଳା ଦଳ ଆଦି ସାମିଲ ହୋଇ ଥିବାର ଦେଖା ଯାଇ ଥିଲା । ସରକାର ଙ୍କ ନିୟମ ଅନୁଯାୟୀ ୪୫ ମିନିଟ ଧରି ହେବାକୁ ଥିବା ଏହି ଯୋଗ ଶିବିର କୁ ପ୍ରାରମ୍ଭ ରେ ପରିଚାଳନା କରିଥିଲେ ଅସ୍ତରଙ୍ଗ ବ୍ଲକ ବି ଡି ଓ,ସସ୍ମିତା ବେହେରା । ଏଥିରେ, ଆସନ ପ୍ରାଣାୟମ,ବ୍ୟାୟାମ,,କପାଳ ଭାତି ,ଆଦି ବ୍ୟାୟମ ବା ଯୋଗ ପ୍ରଦର୍ଶିତ କରା ଯାଇଥିଲା । ଭାଗ ନେଇଥିବା ସିବିରାର୍ଥି ମାନେ ନିଜ ନିଜର ଯୋଗ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲରଦାର ପ୍ରଭୁ ପ୍ରସାଦ ପଣ୍ଡା,ରାଜ ଯୋଗିନୀ ଭଉଣୀ ପ୍ରଭାତୀ,ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ,ଥାନା ଆଇ ଆଇ ସି ରାଜେଶ କୁମାର ବଳିଆର ସିଂ,ସମାଜସେବୀ ଦୁସ୍ମନ୍ତ ପରିଡ଼ା ଓ ଦିବାକର ଛାଟୋଇ,ପଣ୍ଡିତ କାଳନ୍ଦୀ ଛାଟୋଇ ଆଦି ସାମିଲ ରହି ଯୋଗ ପରିଚାଳନାରେ ସହଯୋଗ କରିଥିଲେ ।(ଦୁଃଶାସନ ନାୟକ,ଅସ୍ତରଙ୍ଗ)