July 3, 2024

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଶ୍ବ ଯୋଗ ଦିବସ ପାଳିତ

Share

ଛତ୍ରପୁର-ତା-୨୧/୦୬-(ଅରୁଣ କୁମାର ପଣ୍ଡା )ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ରନାଥ ଦାଶ ପ୍ରଥମେ ବର୍ତ୍ତମାନ ପରିସ୍ଥିତିରେ ଯୋଗ ଓ ପ୍ରାଣାୟାମ ଆବଶ୍ୟକତାର ମାର୍ଗଦର୍ଶନ କରିଥିଲେ।
ଶାରୀରିକ ଶିକ୍ଷକ ଚତୁର୍ଭୁଜ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଯୋଗ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ NCC,ସ୍କାଉଟ, ର ସବୁ ଛାତ୍ର ଛାତ୍ରୀ ମାନଙ୍କ ସହିତ ପରିଚାଳନା କମିଟିର ସମସ୍ତ ସଦସ୍ଯ ଓ ମାତୃଭାରତୀ ଓ ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା ଯୋଗଦେଇଥିଲେ।