July 3, 2024

ଶପଥ ଗ୍ରହଣ ପରେ ପ୍ଲାନ ଅଫ ଆକ୍ସନ ଓ ଲୋକସମ୍ପର୍କ ଶିବିରୀ ପାଇଁ ପ୍ରସ୍ତୁତ ବିଧାୟକ ନୀଳମାଧବ I

Share

 

ରାୟଗଡା :ରାଜ୍ୟ ବିଜେଡି ପାୱାର କରିଡ଼ର ଓ ରାୟଗଡା ଜିଲ୍ଲାର ସବୁ ଠାରୁ ଚର୍ଚ୍ଚିତ ଚେହେରା ଦୁଇ ଦୁଇ ଟି କ୍ୟାବିନେଟ ପାହ୍ୟା ପୋର୍ଟଫୋଲିୟ ଦାୟିତ୍ୱ ଥିବା ମନ୍ତ୍ରୀ ଓ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ହ୍ୱାଟ୍ରିକ ଲକ୍ଷ୍ୟ ରଖିଥିବା ବିଧାୟକଙ୍କ ବିଜୟ ରଥ କୁ ରୋକି ବିଷମକଟକ ରୁ ବିଧାନସଭା ଅଭିମୁଖେ ନୂତନ ଅଧ୍ୟାୟ ଆରମ୍ଭ କରିଥିବା ନବନିର୍ବାଚିତ ବିଧାୟକ ନୀଳ ମାଧବ ହିକକା ଗତ ବୁଧବାର ଦିନ ପଦ ଓ ଗୋପନୀୟତାର ଶପଥପାଠ ଗ୍ରହଣ କରିଛନ୍ତି I କାମଚଳା ବାଚସ୍ପତି ଙ୍କ ଠାରୁ ବୁଧବାର ଶପଥଗ୍ରହଣ କରିବା ସହ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀ ପ୍ରତି ତାଙ୍କ ଦାୟିତ୍ୱ ଓ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
କ୍ୟାବିନେଟ ପାହ୍ୟା ର ମନ୍ତ୍ରୀ ଙ୍କ ଠାରୁ ବିପୁଳ ଭୋଟରେ ସାଧାରଣ ଜନତା ଜିତାଇଥିବାରୁ ଲୋକଙ୍କ ମଧ୍ୟରେ ବିଧାୟକ ଙ୍କୁ ନେଇ ରହିଥିବା ଆଶା ଓ ଆକାଂକ୍ଷା ଏଥରୁ ସ୍ପଷ୍ଟ I ତେବେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ସବୁ ପ୍ରକାର ପ୍ଲାନ ଅଫ ଆକ୍ସନ ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି ବିଧାୟକ ନୀଳମାଧବ ହିକକା I ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ ୱାରୀ ସମସ୍ତ ବିଭାଗ ର ସମୀକ୍ଷା ସହ ପ୍ରାଥମିକତା ଦୃଷ୍ଟି ରୁ ବର୍ଷା ଋତୁ ପୂର୍ବରୁ ପାନୀୟ ଜଳ, ଆଲୋକୀକରଣ ଓ ସ୍ୱାସ୍ଥ୍ୟ ସେବା ପ୍ରତି ଗୁରୁତ୍ୱ I ଏବଂ ଏହି ତିନି ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଖସଡ଼ା ପ୍ରସ୍ତୁତ କରାଯିବ I ପର୍ଯ୍ୟାୟ କ୍ରମେ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଆଇଟିଡିଏ, ପୂର୍ତ୍ତ ବିଭାଗ, ଗ୍ରାମୀଣ ବିକାଶ ବିଭାଗ, ସମେତ ଅନ୍ୟ ସମସ୍ତ ବିଭାଗ ର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା, ସ୍କୁଲ, କଲେଜ ଗୁଡିକ ରେ ଶିକ୍ଷା ଶିକ୍ଷାଦାନ, ବ୍ଳକ ସ୍ତରୀୟ 5T ପ୍ରକଳ୍ପ ଗୁଡିକ ର ସ୍ଥିତି, ତହସିଲ ଗୁଡିକ ରେ ଦୁଦା କୁ ନେଇ ଉପୁଜିଥିବା ଦ୍ଵନ୍ଦ ଯାହା ପାଇଁ ଗରିବ ଲୋକ ଙ୍କୁ ପ୍ଲଟ ଓ ଅନ୍ୟ ଅସ୍ଥାବର ସମ୍ପତ୍ତି ବିକ୍ରି ପଞ୍ଜିକରଣ ରେ ଉପୁଜୁଥିବା ସମସ୍ୟା , ବେଆଇନ ବାଲି ଓ ପଥର କୁଆରୀ ମାଧ୍ୟମରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଉପରେ ନିୟନ୍ତ୍ରଣ, ବିଷମକଟକ ସ୍ଥିତ କିଂଜାମଯୋଡି ନିକଟରେ ଡ଼ଙ୍ଗରିଆ କନ୍ଧ ମାନଙ୍କ ବସତି ପାଖରେ ପଥର କୁଆରୀ କୁ କିଭଳି ମଞ୍ଜୁରୀ ଦିଆଗଲା, ପର୍ଯ୍ୟଟନସ୍ଥଳୀର ଉନ୍ନତି, କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଉଦ୍ୟାନ ବିଭାଗ, ଓଏସଡବ୍ଲୁଡ଼ିଏମ, ଗ୍ରାମାଞ୍ଚଳ ମାନଙ୍କ ରେ ଅବକାରୀ ବିଭାଗ ର କାର୍ଯ୍ୟଶୈଳୀ, ଆଇନ ବ୍ୟବସ୍ଥା, ସମନ୍ୱିତ ଶିଶୁ ବିକାଶ ବିଭାଗ, ଏଭଳି ଅନେକ ଲାଇନ ଡିପାର୍ଟମେଣ୍ଟ ଗୁଡିକ ରେ କିଭଳି ସ୍ଥିତି ରହିଛି ତାହାର ସମୀକ୍ଷା, ଆଲୋଚନା ଓ ବିଭାଗୀୟ ଅଧିକାରୀ ଙ୍କ ଠାରୁ ଫିଡ଼ ବ୍ୟାକ ନିଆଯିବା ପାଇଁ ମଧ୍ୟ ସମୟ ଧାର୍ଯ୍ୟ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି I ବିଶେଷ କରି ଏହି ନିର୍ବାଚନ ରେ 5T ଓ ପଞ୍ଚାୟତ ମାନଙ୍କୁ ଆସିଥିବା 50 ଲକ୍ଷ୍ୟ ର ଅନୁଦାନ ର ଅପବ୍ୟବହାର କୁ ନେଇ
ସାଧାରଣ ଲୋକଙ୍କ ମନରେ ଆକ୍ରୋଶ ରହିଥିଲା, ନିର୍ବାଚନ ଫଳାଫଳ ପରେ ଏହାର ପୁଙ୍ଖାନୁ ପୁଙ୍ଖ ସମୀକ୍ଷା ପାଇଁ ଲୋକଙ୍କ ଦାବି ରହିଥିଲା I ଲୋକଙ୍କ ଭାବନା କୁ ସମ୍ମାନ ଦେଇ ସେ ସବୁ ର ସମୀକ୍ଷା ମଧ୍ୟ କରାଯିବ ବୋଲି ବିଧାୟକ ସ୍ପଷ୍ଟ କରିଛନ୍ତି I ବିଧାୟକ କେବଳ ଅଧିବେସନ ସମୟ ବ୍ୟତୀତ ଅନ୍ୟ ସମସ୍ତ ସମୟରେ ନିଜ ନିର୍ବାଚନ ମଣ୍ଡଳୀ ରେ ଲୋକଙ୍କ ମଧ୍ୟରେ ରହିବା ସହ ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ ରେ ସରକାର ଙ୍କ ଜନଶୁଣାଣୀ ର ସମନ୍ତରାଳ ରୂପ ରେଖ ରେ “ଲକୁଁତାକି ତାଗୁଁପିଣ୍ଡା”
ଭାବେ ‘ଜନତା ଦରବାର’ କାର୍ଯ୍ୟକ୍ରମ ପାଇଁ ଚିନ୍ତା କରୁଥିବା ସ୍ପଷ୍ଟ
କରିଛନ୍ତି I ଯାହା ମାଧ୍ୟମରେ ଜନସାଧାରଣ ମାସ ର ଏକ ନିର୍ଦ୍ଧିଷ୍ଟ ଦିନ ରେ ନିଜର ସମସ୍ୟା ଗୁଡିକୁ ବିଧାୟକଙ୍କୁ ଭେଟି ଜଣେଇପାରିବେ I
ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ଯେଉଁ ସବୁ ପ୍ରସଙ୍ଗ କୁ ପୂର୍ବ ରାଜନେତା ମାନେ ଅଣଦେଖା ଓ ଅବହେଳିତ କରି ରଖୀ ଥିଲେ ସେଗୁଡିକ ପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ହିକକା ସ୍ପଷ୍ଟ କରିଛନ୍ତି I ତେବେ ନୂତନ ବିଧାୟକ ଙ୍କ ଠାରୁ ଜନସାଧାରଣ ବହୁ ଆଶା ବାନ୍ଧି ଥିବା ବେଳେ, ରାଜ୍ୟ ଓ କେନ୍ଦ୍ର ରର ବିଜେପି ସରକାର, ଜ଼ିଲ୍ଲା ଟେ ଜ଼ିଲ୍ଲା ପରିଷଦ ବ୍ଲକ ଅଧକ୍ଷ ଅଧକ୍ଷା ବିଜେଡି ର ରହିଥିବା ବେଳେ ଜ଼ିଲ୍ଲା ଟେ ବିଧାୟକ ମାନେ କଂଗ୍ରେସ ର ଏହି ପରିପେକ୍ଷ ଟେ ବିଧାୟକ କେତେ ଦୂର ଲୋକଙ୍କ ଆସ୍ତାଭାଜନ ହୋଇପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ଇ
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ