July 3, 2024

ବଡଦୋଡ଼ଙ୍ଗାରେ ବିଶ୍ଵଯୋଗ ଦିବସ ପାଳନ…

Share

ବେଲଗୁଣ୍ଠା :
*ବିଶ୍ୱଯୋଗ ଦିବସ ଅବସରରେ ଚନ୍ଦ୍ରକଳ୍ପେଶ୍ୱର ବିକାଶ ପରିଷଦ ଆନୁକୂଲ୍ୟରେ ମନ୍ଦିର ପ୍ରାଙ୍ଗଣ ଠାରେ ବିଶ୍ଵଯୋଗ ଦିବସ ପାଳନ ହୋଇ ଯାଇଅଛି l ନୌସେନା ସେବା ନିବୃତ ଯୋଗ ପ୍ରଶିକ୍ଷକ ଅଜିତ କୁମାର ପରିଡାଙ୍କ ତତ୍ୱାବଧାନରେ ଅଞ୍ଚଳର ଶତାଧିକ ଯୋଗ ପ୍ରେମୀ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଥିଲେ l ପ୍ରତାପ ପରିଡା, କବିରାଜ ପରିଡା, ମୁନେଦ୍ର ପରିଡା, ମଧୁସୂଦନ ପରିଡା, ସତ୍ୟବାନ ପରିଡା ଓ ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ପ୍ରମୁଖ ଶିବିରରେ ଭାଗ ନେଇ “ଯୋଗ” ବିଶ୍ୱ ବାସୀ ଙ୍କୁ ଭାରତର ଅମ୍ଲାନ ଉପହାର ବୋଲି ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ଯୋଗର ଉପକାରିତା, ପ୍ରକ୍ରିୟା ଉପରେ ଯୋଗ ସଂଚାଳନ ଓ ଅଧ୍ୟାତ୍ମିକ ପ୍ରଗତିରେ କେଉଁ ପ୍ରକାର ସହାୟତା ହୁଏ ତାହା ଉପସ୍ଥାପନା କରାଯାଇଥିଲା l ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି l*
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)