December 3, 2024

ସୁସ୍ଥ ଓ ସମୃଦ୍ଧ ଜୀବନ ପାଇଁ ଯୋଗାଭ୍ୟାସ ଜରୁରୀ

Share

ସୁସ୍ଥ ଓ ସମୃଦ୍ଧ ଜୀବନ ପାଇଁ ଯୋଗାଭ୍ୟାସ ଜରୁରୀ

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ସ୍ଥାନୀୟ ମିନି ଷ୍ଟାଡିୟମଠାରେ ପତଞ୍ଜଳି ଯୋଗପୀଠ ହରିଦ୍ଵାର ମାର୍ଗଦର୍ଶନରେ ଭାରତ ସ୍ବାଭିମାନ ଟ୍ରଷ୍ଟ ଓ ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।ଆଜିକାଲିର ଜୀବନଶୈଳୀ ମଧ୍ୟରେ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତିଦିନ ଯୋଗାଭ୍ୟାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ପ୍ରତିକ ସମୟରେ ଯୁବଗୋଷ୍ଠୀ ଯୋଗ କରିବା ପାଇଁ ଆଗେଇ ଆସିବା ଦରକାର।ଯୋଗ ମାଧ୍ୟମରେ ଶରୀର ଓ ମନର ସମ୍ମନୟ ରକ୍ଷା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟି ଅନେକ ପ୍ରକାରର ରୋଗ ପ୍ରାର୍ଦୁଭାବରୁ ମୁକ୍ତି ମିଳିବା ସହ ମାନିସିକ ସ୍ଥିତିରେ ବିକାଶ ଘଟିବା ସହ ଯୋଗ ଶରୀର ଓ ମନ ଓ ଆତ୍ମାକୁ ସୁସ୍ଥ ରଖିବାର ସର୍ବୋତ୍ତମ ଜୀବନଶୈଳୀ ବୋଲି ପତଞ୍ଜଳି ଯୋଗ ସମିତି ତଥା ଭାରତ ସ୍ବାଭିମାନ ଟ୍ରଷ୍ଟ ବ୍ଲକ ପ୍ରଭାରୀ ତଥା ଯୋଗ ପ୍ରଶିକ୍ଷକ ରାକେଶ ବେହେରା ପ୍ରକାଶ କରିଥିଲେ। ସେହିପରି ରାମନାଗୁଡା ଅଞ୍ଚଳର ରୁଗୁଡୁବାଇ ଓ ମୀନାଝୋଲା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଯୋଗ ପ୍ରଶିକ୍ଷକ ଗୈରୀଶଙ୍କର ପ୍ରାଣୀଗ୍ରାହୀ ଯୋଗାସନ ଓ ପ୍ରାଣାୟାମ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଆଦି ଗୁଡିକରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା।

ରିପୋର୍ଟ ରାକେଶ କୁମାର ବେହେରା