+୨ ବିଜ୍ଞାନରେ ଛାତ୍ର ଦିପକ ସାହୁ ବୁଗୁଡ଼ା ବ୍ଲକ ଟପ୍ପର

ବୁଗୁଡ଼ା : ତା୨୧/୦୫/୨୫ : +୨ ବିଜ୍ଞାନ ପରୀକ୍ଷା ଫଳପ୍ରକାଶ ପାଇବା ପରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଦୀପକ ସାହୁ ସର୍ବାଧିକ ୫୦୯ (୮୪.୮୩% ) ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଥିବା ଜଣାଯାଇଛି । ବୁଗୁଡା ବ୍ଳକ ଅନ୍ତର୍ଗତ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୩୧୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୬୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୩୪ ଜଣ, ଦ୍ୱିତୀୟ ଶ୍ରେଣୀରେ ୪୯ ଜଣ ଓ ତୃତୀୟ ଶ୍ରେଣୀରେ ୭୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୩ ଜଣ ଓ ତୃତୀୟ ଶ୍ରେଣୀରେ ୨୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟପକ୍ଷରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୧ ଜଣଙ୍କ ମଧ୍ୟରୁ ୪୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୦ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୩ ଜଣ ଓ ତୃତୀୟ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ଚଳିତ ବର୍ଷ ବୁଗୁଡ଼ା ବ୍ଲକରେ +୨ ବିଜ୍ଞାନର ପାସ୍ ହାର ୮୩.୯୨ ପ୍ରତିଶତ ରହିଛି ।