March 12, 2026

ପାରଳାଖେମୁଣ୍ଡି ୧୪ନମ୍ବର ୱାର୍ଡ ବାସିନ୍ଦା ଙ୍କୁ ଜମି ଯୋଗାଇବା ଦାବିରେ ଅନଶନ —-

IMG-20250521-WA0081
Share

 

ଗଜପତି(ଗଣେଶ ଚନ୍ଦ୍ର ବିଷୋୟୀ)ପାରଳାଖେମୁଣ୍ଡି, 14 ନମ୍ବର ୱାର୍ଡ, ସଞ୍ଜୟ ଗାନ୍ଧୀ କଲୋନି ରେ ରହୁଥିବା ବସ୍ତି ବାସିନ୍ଦା ଙ୍କ ସମସ୍ୟା କୁ ନେଇ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ କରାଯାଇଛି।ସେମାନେ ଦୀର୍ଘ ବର୍ଷ ଧରି ଉକ୍ତ ଅଂଚଳରେ ରହିଆସୁଥିବାବେଳେ ସେମାନଙ୍କୁ ଘର ପଟା, ବିଜୁଳି, ରାସ୍ତା ଓ ପାନୀୟ ଜଳ ଯୋଗାଇ ଦେବ ନିମନ୍ତେ ଦାବି ହୋଇ ଆସିଛି, ବର୍ତମାନ ଉକ୍ତ ଦାବିକୁ ନେଇ ଆମରଣ ଅନସନ ର ନିଷ୍ପତି ନେଇ ବସିଛନ୍ତି. ଏହିପରିପେକ୍ଷରେ ଗଜପତି ଜିଲ୍ଲା ଜିଲ୍ଲାପ୍ରଶାସନ ତରଫରୁ କୌଣସି ସ୍ୱାସ୍ଥ୍ୟ ସମନ୍ଧୀୟ ସୁବିଧା କରାଯାଇନାହିଁ ଅନ୍ୟ ପକ୍ଷେ ନିର୍ଚ୍ଚିତ ପ୍ରତିନିଧି ବିଧାୟକ କି ଅନ୍ୟକୌଣସି ନିର୍ବାଚିତ ପ୍ରତିନିଧି ମଧ୍ୟ ସେମାନଙ୍କ ପାଖରେ ପହଁଚି ନାହାନ୍ତି ଏହା ଅତ୍ୟନ୍ତ ଦୁଃଖଦ ଘଟଣା କାରଣ ନିର୍ବାଚନ ସମୟରେ ସେମାନଙ୍କ ଭୋଟ ର ଆବଶ୍ୟକ କିନ୍ତୁ ସେମାନଙ୍କ ସମସ୍ୟାରେ ଷୋହଯୋଗ କରିବାର ମାନବିକତା ଭୁଲିଗଲେ ନିର୍ବାଚିତ ପ୍ରତିନିଧି ଏଣୁ ଗଜପତି ଜିଲ୍ଲା ଆଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଦଳ ତରଫରୁ ସମର୍ଥନ ଦିଆଯାଉଛି ବର୍ତମାନ ର ଡବଲ ଇଞ୍ଜିନି ସରକାର ନିର୍ବାଚନ ବେଳେ ଭୂମି ହିନକୁ ଜାଗା ଘର ଯୋଗାଇଦେବାକୁ ପତିଶୃତି ଦେଇଥିଲେ କିନ୍ତୁ ବର୍ତମାନ ଆମରଣ ଅନସନ ଭଳି ପଦକ୍ଷପ ଦେଖିବାକୁ ମେଳିଛି ଏଣୁ ସେମଙ୍କ ଦାବି ଯଥାଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଗଜପତି ଜିଲ୍ଲା ଆଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଦଳ ତରଫରୁ ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହେବ। ପି.ମୁରଲୀ କ୍ରିଷ୍ଣା, ଜିଲ୍ଲା ସଭାପତି, ଆଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଗଜପତି ଜିଲ୍ଲା କମିଟି ପ୍ରକାଶ କରିଛନ୍ତି।