March 11, 2026

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥି ପାଳନ 

IMG-20250521-WA0068
Share

 

 

ପାରଳାଖେମୁଣ୍ଡି:୨୧/୫(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପୂଣ୍ୟ ତିଥି ଉପଲକ୍ଷେ, ରାଜୀବ ଗାନ୍ଧୀଙ୍କ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କ ଅମର ଆତ୍ମାର ଶାନ୍ତି ଏବଂ ସଦ୍ଗତି ନିମନ୍ତେ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଗଲା। ଉକ୍ତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ବିଷ୍ଣୁ ପାଢ଼ୀ, ଇଶ୍ଵର ଚନ୍ଦ୍ର ମାଝୀ, ସଞ୍ଜୟ ଅଧିକାରୀ, ମହିଳା କଂଗ୍ରେସ ନେତ୍ରୀ ଜସ୍ମିନ୍ ଶେଖ୍, ସୂର୍ଯୟନାରାୟଣ ପାତ୍ର, ଅଶୋକ ଅଧିକାରୀ, ମୁନା ମହାରଣା ଆଦି ସମସ୍ତେ ଉପସ୍ଥିତ ରହି, ରାଜୀବ ଗାନ୍ଧି ଅମର ରହେ ସ୍ଲୋଗାନ ଦେଇ ଏହୀ କାର୍ଯ୍ୟକ୍ରମ ପାଳନ କରାଗଲା।