ପୂଜ୍ଯପୂଜା ସଂସଦ ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
ଖଇରା ( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବୁଢାଗଡିଆ, ପଳାଶପୁର, ଖଇରା ସ୍ଥିତ ପୂଜ୍ଯପୂଜା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବୁଢାଗଡିଆ ବିଶ୍ରାମ କକ୍ଷ ପରିସରରେ ” ସୁବାସ-ନିରୂପମା ” ମେଧା ସମ୍ମାନ-୨୦୨୫ ଓ ସମ୍ବର୍ଦ୍ଧନା ସଭା ସଂସଦ ତରଫରୁ ତା ୧୮/୫/୨୫ ରିଖରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି କବି, ପ୍ରାବନ୍ଧିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦାମ ଚରଣ ରାଉତ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଲକ୍ଷ୍ମଣ କୁମାର ଶତପଥୀ ଯୋଗଦେଇ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ ବ୍ଲକ ସ୍ତରୀୟ କୃତି ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସଂସଦର ଉପସଭାପତି ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ସାମଲ, ସଭ୍ୟ ଶରତ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ କୁମାର ଖଣ୍ଡା, ରାମଚନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ସାମଲ, ଗୁରୁକଲ୍ଯାଣ ରାଉତ, ରଘୁନାଥ ମହାନ୍ତି ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକ ସ୍ତରୀୟ ପ୍ରଥମ, ଦ୍ବିତୀୟ ଓ ତୃତୀୟ ତଥା ପଳାଶପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଏ-୧ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ସହିତ ମାନପତ୍ର, ଉତ୍ତରୀୟ, ଫୁଲତୋଡା, ଖାତା, କଲମ ଦେଇ ସମୀକ୍ଷା ସମନ୍ବିତା ଶତପଥୀ, ଅର୍ପିତା ପ୍ରିୟଦର୍ଶିନୀ ଦଳେଇ, କ୍ଷିତିଶ କୁମାର ରଥ, ହରପ୍ରିୟା ରାଉଳ, ଝୁମା ସାହୁ ଓ ଶୁଭସ୍ମିତା ବେହେରାଙ୍କୁ ” ସୁବାସ-ନିରୂପମା ସମ୍ମାନ-୨୦୨୫ ” ରେ ସମ୍ମାନିତ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସଂସଦର ସମସ୍ତ ସଭ୍ୟ ସଭ୍ୟା ଯଥା- କୁଞ୍ଜଲତା ମାହୁଁନ୍ତ, ମନ୍ମଥ ସାମଲ, ପ୍ରଶାନ୍ତ ବାରିକ, ରମାକାନ୍ତ ମହାନ୍ତି, ତ୍ରିଲୋଚନ ଦାଶ, ଲମ୍ବୋଦର ଦାଶ, ଶ୍ରୀଧର ସାମଲ, ବଂଶୀଧର ନାୟକ, ଶ୍ରୀଧର ନାୟକ, ରଞ୍ଜନ କୁମାର ମହାନ୍ତି, ଚିକୁ ମହାନ୍ତି, ଗୟାଧର ନାୟକ, ଗଙ୍ଗାଧର ଦାସ, ତାରାକାନ୍ତ ବେହେରା, ଗୌରାଙ୍ଗ ମହାକୁଡ଼, ସୁରେନ୍ଦ୍ର ରଣା, ଟିପା ଦାଶ, ରଘୁନାଥ କର, ଫକନ ସାହୁ ଓ ସମାଜସେବୀ ଅନନ୍ତ ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ରହି ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସଂସଦର ବରିଷ୍ଠ ସଦସ୍ୟ ନାରାୟଣ ମହାକୁଡ଼ଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ଶ୍ରୀ ରାଉତ ସଭାସାଙ୍ଗ ଘୋଷଣା କରିଥିଲେ ।।
