March 10, 2026

ସୋରର କାଲାମ ଘରୋଇ +୨ ବିଜ୍ଞାନ ଆବାସିକ କଲେଜର ଛାତ୍ରଛାତ୍ରୀ ହେଲେ ଅଂଶୁଘାତର ଶିକାର 

IMG-20250521-WA0012
Share

 

ସୋର ( ଦେବାଶିଷ ଦାଶ )

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ ରଖି ସରକାର ପ୍ରଥମେ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ଛୁଟି ଘୋଷଣା ସହ ଗ୍ରୀଷ୍ମ ଅବକାଶ କାଳୀନ ଛୁଟି ଘୋଷଣା କରିଛନ୍ତି। ଏହି କ୍ରମରେ ପରେ ପରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଗୁଡ଼ିକୁ ବନ୍ଦ ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି। ମାତ୍ର ସୋର ମାଟିଆପଲା ସ୍ଥିତ କାଲାମ ଯୁକ୍ତ ଦୁଇ ବିଜ୍ଞାନ କଲେଜ ସରକାରଙ୍କ ନିୟମକୁ ଫୁ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ନାଁ ରେ ମେସରେ ରଖିଛନ୍ତି। ଅସହ୍ୟ ଗୁଳୁଗୁଳି ପାଇଁ ଘରୋଇ ମେଶରେ ଥିବା ୧୦ଜଣ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହୋଇ ଥିବା ଜଣାପଡ଼ିଛି। ମଙ୍ଗଳବାର ପ୍ରବଳ ଗୁଳୁଗୁଳିରେ କଲେଜରେ ରହୁଥିବା ୭ ଜଣ ଛାତ୍ର ଓ ୮ ଜଣ ଛାତ୍ରୀ ଅଂଶୁଘାତର ଶିକାର ହୋଇଥିଲେ। ପରେ ମେସର କର୍ମଚାରୀ ମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ସେଠାରେ ସେମାନେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଏ ବିଷୟରେ ଯେତେବେଳେ ଆମେ ସମ୍ପୃକ୍ତ କଲେଜର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ବିଭିନ୍ନ ଆଳ ଦେଖାଇ ସେମାନେ ଫୋନରେ ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ ଓଲଟା କହି ଥିଲେ ଆମେ ଜାଣି ନାହୁଁ କିଛି ଅଭିଭାବକ ସେମାନଙ୍କ ପିଲାଙ୍କୁ ନେଇ ହସ୍ପିଟାଲ ଯାଇଥିଲେ ଆମେ ଅଧିକ କିଛି ଜାଣି ନାହୁଁ।ପ୍ରଶ୍ନ ଉଠୁଛି ଯଦି ଉକ୍ତ ହଷ୍ଟେଲରେ ଛାତ୍ରଛାତ୍ରୀ ରହୁଥିଲେ ତେବେ କାହା ନିର୍ଦ୍ଦେଶରେ ରହୁଥିଲେ। ପ୍ରଶ୍ନ ଉଠୁଛି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମରେ ଗ୍ରୀଷ୍ମ ଅବକାଶ ପାଇଁ ସମସ୍ତ ସରକାରୀ ଓ ଘରୋଇ କଲେଜ ଛୁଟି ଥିବା ସ୍ଥଳେ ସୋର କାଲାମ ଯୁକ୍ତ ଦୁଇ ବିଜ୍ଞାନ କଲେଜ କାହା ଅନୁମତିରେ ଛାତ୍ରଛାତ୍ରୀ ଙ୍କୁ ରଖିଥିଲେ। ଏଇଠୁ ଅନୁମେୟ ହେଉଛି ଉକ୍ତ କଲେଜରେ ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି କଲେଜ କର୍ତ୍ତୃପକ୍ଷ କେତେ ଯତ୍ନବାନ ହେଉଛନ୍ତି। ଏ ବିଷୟରେ ଉଭୟ ଉଚ୍ଚ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିତ ତଦନ୍ତ କଲେ ପ୍ରକୃତ ସତ୍ୟ ଜଣା ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ପରିପ୍ରକାଶ ହୋଇଛି।