ଚାଷଜମି ନଷ୍ଟ କଲେ ୭୦ଟିକିଆ ହାତୀପଲ।

ମୟୂରଭଞ୍ଜ ( ଦେବାଶିଷ ଦାଶ )
ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀ ଅଧୀନ ମୋରଡା, ରାସଗୋବିନ୍ଦପୁର ଓ଼ ଶୁଳିଆପଦା ବ୍ଲକରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବାରୁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେଉଛି l ତେବେ ଉକ୍ତ ନିର୍ବାଚନମଣ୍ଡଳୀ ଅଧୀନ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଆଜି ୭୦ ଟିକିଆ ହାତୀ ପଲ ପ୍ରବେଶ କରିଛି l ରାସଗୋବିନ୍ଦପୁର ରେଞ୍ଜର ଗାଁଅମର୍ଦା ସଂରକ୍ଷିତ ଜଙ୍ଗଲରୁ ବାହାରି ୭୦ଟି ହାତୀ ମୋରଡା ବ୍ଲକ ର ବିଭିନ୍ନ ଗାଁ ହୋଇ ଆସି ବ୍ୟାପକ ପନିପରିବା ସହିତ ଧାନ ଚାଷ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ତେବେ ଆଜି ସକାଳ ୫.୩୦ ମିନିଟ ସମୟରେ ମାଳିହତା – ମୋରଡା ମୁଖ୍ୟ ରାସ୍ତା ପାରି ହେଉଥିବା ବେଳେ ହାତୀ ପଲ ଦେଖିବାକୁ ଲୋକଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଅପରପକ୍ଷରେ ଜଙ୍ଗଲ ପାଖ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି । ରାସଗୋବିନ୍ଦପୁର ରେଞ୍ଜ ର ସମସ୍ତ କର୍ମଚାରୀ ହାତୀ ପଲ ଉପରେ କଡ଼ା ନଜର ରଖି ଥିବା ଜଣାପଡିଛି । ଶେଷ ଖବର ସୁଦ୍ଧା ସମସ୍ତ ହାତୀ ମୋରଡା ବ୍ଲକ ର ବଳଦିଆ ଜଙ୍ଗଲରେ ଥିବା ଜଣାପଡିଛି ।