September 29, 2024

କୁହୁଡି ରେ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ….

Share

ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସହୀଦ ସ୍ମୃତି ପୀଠ କୁହୁଡି ଠାରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ ଆଜି ତଥା ମେ ୨୧ ତାରିଖ ମଙ୍ଗଳବାର ଦିନ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମତି ସମିତି କାକଟପୁର ଅସ୍ତରଙ୍ଗ ପକ୍ଷରୁ ଏହା ପାଳିତ ହୋଇଥିଲା।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତି ଫଳକରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପ୍ରାରମ୍ଭରେ ବ୍ଲକ ନିକଟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଓ ବ୍ଲକ ପରିସରରେ ଥିବା ସହୀଦ ସ୍ମୃତି ଫଳକରେ ମାଲ୍ୟାର୍ପଣ କରାଯାଇଥିଲା।ପରେ କୁହୁଡି ସ୍ମୃତି ପୀଠ ରେ ଶ୍ରୀ ସେଠୀ ଙ୍କ ସମେତ ଆଗନ୍ତୁକ ଅତିଥି ମାନେ ମାଲ୍ୟାର୍ପଣ କରିବା ସହ ସହୀଦ ମାନଙ୍କ ଅବଦାନ ଓ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ତ୍ୟାଗ ଅବର୍ଣ୍ଣନୀୟ ବୋଲି କହିଥିଲେ।ଚଳିତ ବର୍ଷ ନିର୍ବାଚନ କାରଣରୁ ଲବଣ ସତ୍ୟାଗ୍ରହ ସ୍ମୃତି ଦିବସକୁ ଆଦର୍ଶ ଆଚରଣ ବିଧି ଅନୁସାରେ ପାଳନ କରାଯାଇଛି ବୋଲି ସେ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ଶତ୍ରୁଘ୍ନ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସରିତା ମୁର୍ମୁ, ଲବଣ ସତ୍ୟାଗ୍ରହୀ ସଂଗ୍ରାମୀ ସ୍ୱାମିଜୀ ପୂର୍ଣ୍ଣାନନ୍ଦ ବିଦ୍ୟାପୀଠ କୁହୁଡି ର ପ୍ରଧାନ ଶିକ୍ଷକ ତରୁଣ କୁମାର ନାୟକ ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଉତ୍କଳ ସଂଗ୍ରାମ ସ୍ମୃତି ସମିତି ର କର୍ମକର୍ତ୍ତା ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ସ୍ମୃତି ସମିତି ର କାର୍ଯ୍ୟକାରୀ ସଭାପତି ଅମିୟ କୁମାର ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସ୍ମୃତି ସମିତିର ସଂପାଦକ ନିରଦ ବରନ ମହାନ୍ତି, ସଭ୍ୟ ମହେଶ୍ୱର ନାୟକ,ଦିବାକର ଲେଙ୍କା, ବୈଦନାଥ ମହାନ୍ତି, କଳନ୍ଦି ଚରଣ ଛାଟୋଇ, ପ୍ରଭୂତି ସତ୍ୟାଗ୍ରହି ମାନଙ୍କ ଉପରେ ନିଜ ନିଜର ମତ ରଖିଥିଲେ । ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଂକୀର୍ତ୍ତନ ଓ ରାମଧୂନ ପରିବେଷଣ କରାଯାଇଥିଲା।( ଦୁଃଶାସନ ନାୟକ)