September 29, 2024
Share

 

୧-ଦ୍ବିତୀୟ ପର୍ଯ୍ୟାୟରେ ୬୦.୭୧% ମତଦାନ,୩୦୫ ପ୍ରାର୍ଥୀଙ୍କ ଭାଗ୍ଯ ସିଲ୍। କଣ୍ଟାମାଳ, ଭଞ୍ଜନଗର, ରାଉରକେଲାରେ ହିଂସା।

୨-ଫୁଲବାଣୀ:ଟାଣ ଖରାରେ ଧାଡ଼ିରେ ଠିଆ ହୋଇ ମତଦାନ କଲେ ଭୋଟର।

୩-ଭୁବନେଶ୍ୱର:୨୪ରୁ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା।୩ ଦିନ ଗ୍ରୀଷ୍ମ ପ୍ରବାହ।

୪-ଭୁବନେଶ୍ୱର:୩୫ ଆସନରୁ ୩୦ରେ ଜିତିବୁ, ଲୋକସଭା ଭୋଟରେ ବିଜେଡ଼ି ଭଲ ପ୍ରଦର୍ଶନ କରିବ: ବିଜେଡ଼ି।

୫-ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ୪,୨୭ ଜିଲ୍ଲାରେ ୧୦୨୧ ଅସୁସ୍ଥ।

୬-ଡେରାବିଶ/ସାଲେପୁର: ନବୀନଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ମୋଦିଙ୍କୁ ପାଣ୍ଡିୟାନଙ୍କ ନିମନ୍ତ୍ରଣ; ରାଜ୍ୟରେ ଚାଲିବ ନବୀନ ଇଞ୍ଜିନ।

୭-ଅନୁଗୁଳ-କଟକରେ ମୋଦିଙ୍କ ପ୍ରଚଣ୍ଡ ହମଲା ! ‘ଓଡ଼ିଶାକୁ BJD ଦେଇଛି ଲ୍ୟାଣ୍ଡ-ସ୍ୟାଣ୍ଡ-ଖଣି ମାଫିଆ’

୮–ଭୁବନେଶ୍ୱର:ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁମୋଦନ କମିଟି ଗଠିତ,ଏ ବର୍ଷ ବିନିଯୋଗ ଲକ୍ଷ୍ୟ ୧ ହଜାର କୋଟି।

୯-ପୁରୀ:ଗ୍ରାଣ୍ଡ୍ ରୋଡରେ ଗ୍ରାଣ୍ଡ୍ ସୋ’, ମୋଦିଙ୍କ ସମର୍ଥନରେ ଉଛୁଳିଲା ହଜାର ହଜାର ଲୋକଙ୍କ ଉତ୍ସାହ।

୧୦-ରାଜଧାନୀରେ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍‌ ଶୋ: ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ,BSKY କାର୍ଡ ସମସ୍ତଙ୍କୁ ମିଳିବ। ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଆଶୀର୍ବାଦ ଲୋଡିଲେ।

୧୧-ଢେଙ୍କାନାଳ,ଟୋଲରପଶି ଅଙ୍ଗନବାଡି କେନ୍ଦ୍ର:ହାଇୱା-ବାଇକ ଧକ୍କା, ଗୋଟିଏ ପରିବାରର ୩ଜଣଙ୍କ ସମେତ ୪ ମୃତ।

୧୨-ମାଲକାନଗିରିର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି, ଅବସରପ୍ରାପ୍ତ ଏସସିଓ ଦାସରଥି ତ୍ରିପାଠୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ।

୧୩-ବରଗଡ଼ରେ ନିର୍ବାଚନୀ ହିଂସା, ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା।

୧୪-ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ: କହିଲେ, ପୋଲିସ ମୋ ସମର୍ଥକଙ୍କୁ ଜାଣିଶୁଣି ଗିରଫ କରୁଛି।

୧୫-ଟେଲିକମ କମ୍ପାନୀମାନଙ୍କୁ DOTର ନିର୍ଦ୍ଦେଶ, ସାଇବର କ୍ରାଇମରେ ଲିପ୍ତ ନମ୍ବର ହେବ ବନ୍ଦ।

୧୬-ଢାକା:ବାଂଲାଦେଶକୁ ୨୦୦ ଯାତ୍ରୀବାହୀ କୋଚ୍ ଯୋଗାଇବ ଭାରତ।

୧୭-କମୁନି ଆମ ଆଦମୀ ପାର୍ଟିର ସମସ୍ୟା: ଆମେରିକା, କାନାଡ଼ା, ଆରବ ୮ଟି ଦେଶରୁ ଦଳକୁ ମିଳିଛି କୋଟି କୋଟି ଟଙ୍କା ପାଣ୍ଠି।

୧୮-ମୁମ୍ବାଇ:ଶାହରୁଖଙ୍କଠାରୁ ଆମୀର, ହ୍ରିତିକଙ୍କଠାରୁ ସଚିନ; ମାୟାନଗରୀ ଦେଲା ଭୋଟ୍।

୧୯-ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା:ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରୁ କେ. କବିତାଙ୍କୁ ମିଳିଲାନି ଆଶ୍ୱସ୍ତି, ଜୁନ ୩ ପର୍ଯ୍ୟନ୍ତ ବଢିଲା ହାଜତ ମିଆଦ।

୨୦-ଅହମ୍ମଦାବାଦ ବିମାନବନ୍ଦରରୁ ୪ ଆଇଏସଆଇଏସ ଆତଙ୍କୀ ଗିରଫ।

୨୧-ଛତିଶଗଡ : ୩୦ ଫୁଟ ତଳ ଖାଇକୁ ପିକଅପ୍ ଖସି, ୧୭ ଜଣ ମୃତ।

୨୨-ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌‌ ରଇସିଙ୍କ ମୃତ୍ୟୁ।