November 16, 2024

ବ୍ରାହ୍ମଣୀଗାଁ ମେଡ଼ିକାଲ ପରିସର ଅନ୍ଧାର , ଦୁଇମାସ ହେଲାଣି ହାଇ ମାସ୍କ ଲାଇଟ୍ ଅଚଳ——

Share

ବ୍ରାହ୍ମଣୀଗାଁ ମେଡ଼ିକାଲ ପରିସର ଅନ୍ଧାର , ଦୁଇମାସ ହେଲାଣି ହାଇ ମାସ୍କ ଲାଇଟ୍ ଅଚଳ——

ବ୍ରାହ୍ମଣୀଗାଁ —–

କନ୍ଧମାଳ ଜିଲ୍ଲା ର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ବ୍ରାହ୍ମଣୀଗାଁ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସର ଆଜକୁ ଦୁଇ ମାସ ହେଲାଣି ଅନ୍ଧାର ରେ ଅଛି, ଏହା ଗଞ୍ଜାମ,ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ରେ ଅବସ୍ଥିତ ଥିବା ବେଳେ ସୀମାନ୍ତ ଗ୍ରାମାଞ୍ଚଳ ରୁ ରୋଗୀ ମାନେ ବହୁ ସଂଖ୍ୟାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ରାତି ଅଧରେ ମଧ୍ୟ ଜରୁରୀ କାଳୀନ ପ୍ରାଥମିକ ଚିକିତ୍ସା ପାଇଁ ଆସିଥାନ୍ତି, ଅଞ୍ଚଳ ର ହିତ ସାଧନ ପାଇଁ ବିଧାୟକ ପାଣ୍ଠି ରୁ ଗତ ୨୦୨୧-୨୨ ଅର୍ଥିକ ବର୍ଷ ରେ ଏକ ଲକ୍ଷ ସତୁରି ହାଜର ଅଟକଳ ବିନିମୟ ରେ ଆଲୋକି କରଣ କରିବା ପାଇଁ ହାଇ ମାକ୍ସ ଲାଇଟ୍ ଲଗାଯାଇ ଥିଲା , ତେବେ ଦୁଇ ମାସ ହେଲାଣି ଏହା ଅଚଳ ଅବସ୍ଥାରେ ପଡ଼ି ରହି ଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ରହୁଥିବା ସମସ୍ତ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି,
ଏ ସମ୍ପର୍କରେ ସମ୍ପୃକ୍ତ ଠିକାଦାର ଙ୍କୁ ମେଡ଼ିକାଲ କର୍ତୃପକ୍ଷ ଙ୍କ ତରଫରୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଠିକାଦାର ଜଣକ ଅଭିଯୋଗ କୁ ଗୁରୁତ୍ଵ ଦେଉ ନଥିବା ଜଣାପଡ଼ିଛି, ତାରିଖ ପରେ ତାରିଖ ଦେଇ ଭଣ୍ଡେଇ ଚାଲିଛନ୍ତି,ଉକ୍ତ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗାଯୋଗ କରିଥିବା ବେଳେ ଗଣମଧ୍ୟମ କୁ ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଫୋନ୍ କଲ ରିସିଭ କରୁ ନାହାଁନ୍ତି। ଉକ୍ତ ଲାଇଟ୍ ର ଯଦିଓ ଦୁଇ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଅଛି ତେବେ ଠିକାଦାର ଜଣକ କାହିଁକି ଲାଇଟ ସଜାଡ଼ିବାରେ ଅବହେଳା କରୁଛନ୍ତି ବୋଲି କନ୍ଧମାଳ ଜିଲ୍ଲା ଯୁଗ୍ମ ମାନବାଧିକାର ଆବାହକ ବିକ୍ରମ ବସ୍ତିରାଇ ପ୍ରଶ୍ନ କରିଛନ୍ତି।
ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଇ ତୁରନ୍ତ ଆଲୋକି କରଣ ର ସୁବ୍ୟବସ୍ଥା କରିବାକୁ ଜନସାଧାରଣ ନିବେଦନ କରିଛନ୍ତି।
(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)