March 12, 2026

କାର ଦୁର୍ଘଟଣା ଗ୍ରସ୍ତ , ଦୁଇ ଗୁରୁତର

IMG-20230521-WA0010
Share

କାର ଦୁର୍ଘଟଣା ଗ୍ରସ୍ତ , ଦୁଇ ଗୁରୁତର

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଗୁଣୁପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟ ଏଗ୍ରିକଲଚର ବିଭାଗର ପ୍ରଥମ ବର୍ଷର ଦୁଇ ଛାତ୍ର କାର ଦୁର୍ଘଟଣା କରି ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଛାତ୍ର ହେଲେ ସମ୍ୟ ରଞ୍ଜନ ପାଳ ଯାଜପୁର ଅଞ୍ଚଳର ହୋଇଥିବା ବେଳେ ଏବଂ ରାଜ କିଶୋର ପାତ୍ର ଜୟପୁର ଅଞ୍ଚଳର ବୋଲି ଜଣାପଡିଛି। ଦୁଇ ଛାତ୍ର ଗୁଣୁପୁର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ଗୁଣୁପୁର ଗଜପତି ସୀମାନ୍ତ କଥାଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଫଳରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତ ଦୁଇ ବ୍ୟକ୍ତିଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ ।ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ସେମାନେ ଗୁରୁତର ଥିବା କହି ବ୍ରହ୍ମପୁର ମେଡିକାଲ କୁ ନେବା ପାଇଁ ପରାମର୍ଶ ଦେଇଥିଲେ।