ବିଦ୍ୟାଳୟରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ।

ବୋଲଗଡ଼,(ଉପାନ୍ତ ଖବର):ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓ ଙ୍କ ତିରୋଧାନ ତଥା ଆନ୍ତର୍ଜାତୀୟ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାପିତ ପାଞ୍ଚ ମହାପୁରୁଷ ମହାତ୍ମା ଗାନ୍ଧି, ସୁଭାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ, ଗୋପବଂଧୁ ଦାସ ଏବଂ ଜୟୀ ରାଜାଗୁରୁଙ୍କ ସମେତ ସ୍ଥାନୀୟ ସ୍ବାଧୀନତା ସଂଗ୍ରାମୀ ଗୋପୀନାଥ ପରିଜା ଓ ବିଦ୍ୟାଳୟ ନିକଟରେ ସ୍ଥାପିତ ସ୍ବାଧୀନତା ସଂଗ୍ରାମୀ ବାବାଜୀ ଦାସଙ୍କ ପ୍ରତିମୂର୍ତ୍ତି ଓ ପ୍ରତ୍ୟେକ ପ୍ରତିମୂର୍ତ୍ତିର ଚତୁଃପାର୍ଶ୍ୱକୁ ସୋମବାର ଦିନ ବିଦ୍ୟାଳୟର କର୍ମଚାରୀ ନଳିନୀ ପ୍ରଧାନ ଏବଂ ଛାତ୍ରମାନେ ପରିଷ୍କାର ପରିଚ୍ଛନ୍ନ କରିବା ପରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ପ୍ରତ୍ୟେକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ।
ଉପରେ ବର୍ଣ୍ଣିତ ସପ୍ତ ମହାପୁରୁଷଙ୍କ
ଜୀବନୀ ଏବଂ ଆମର ପ୍ରିୟ ରାଜ୍ୟ ଓଡ଼ିଶା ଓ ରାଷ୍ଟ୍ର ପ୍ରତି ସେମାନଙ୍କ ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଯଥାକ୍ରମେ ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁ, ଶିକ୍ଷକ ଦୀପ୍ତିରଞ୍ଜନ ଦାସ, ବିଶ୍ୱଜିତ ସରୋଜ କୁମାର, ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ, ଶୁଭଶ୍ରୀ ଧଳ, ସ୍ମିତାସିନ୍ଧୁ ମହାପାତ୍ର, ନମିତା ସାହୁ
ଆଲୋକପାତ କରିଥିଲେ ।
ବରିଷ୍ଠ ଓ କନିଷ୍ଠ ବିଦ୍ୟାର୍ଥୀଙ୍କ ମଧ୍ୟରେ ସପ୍ତ ସଂଗ୍ରାମୀଙ୍କ ସମ୍ପର୍କରେ
ଯଥାକ୍ରମେ ଶିକ୍ଷକ ଅଂଶୁମାନ ଧଳ ଓ ଦୀପକ କୁମାର ବେହେରା ଏବଂ ଶିକ୍ଷୟିତ୍ରୀ ସୌଦାମିନୀ ସୁବୁଦ୍ଧି ଓ ଶ୍ରୋତାଲିନି ସାହୁ ବୋଦ୍ଧଜ୍ଞାନ ପ୍ରତିଯୋଗିତା ପରିଚାଳନା କରିଥିଲେ ।କନିଷ୍ଠ ବିଭାଗରେ ଓମ
ପ୍ରକାଶ ସାହୁ ଓ ବରିଷ୍ଠ ବିଭାଗରେ
ଉଭୟ ପ୍ରହଲ୍ଲାଦ ବେହେରା ଓ ସାଇ
ପ୍ରକାଶ ବେହେରା ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସ୍ନେହଲତା ପାଇକରାୟ ସମ୍ବିତ କେଦାର କର ଓ ପ୍ରଫୁଲ୍ଲ କୁମାର ସ୍ୱାଇଁ ସହଯୋଗ
କରିଥିଲେ । ଶିକ୍ଷୟିତ୍ରୀ
ସୌଦାମିନି ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବାଦ ଦାତା-ସୁଶାନ୍ତ କୁମାର ପ୍ରଧାନ।