March 12, 2026

ତିବତୀୟ ଧର୍ମଗୁରୁ ଦଳାଇ ଲାମlଙ୍କ ପ୍ରତି ଅପମାନକୁ ନିନ୍ଦା ଓ ବିକ୍ଷୋଭ

IMG-20230421-WA0021
Share

ମୋହନା ——-ଗତ କିଛି ଦିନ ତଳେ କିଛି ଗଣମାଧ୍ୟମରେ ତିବତିୟ ଧର୍ମଗୁରୁ ଦଳାଇ ଲାମlଙ୍କ ପ୍ରତି ଅପମାନ ସୂଚକ ଖବର ପ୍ରସାରଣ ହୋଇଥିଲା l ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳରେ ରହୁଥିବା ତିବତିୟ ଶରଣାର୍ଥୀ l ଆଜି ଚନ୍ଦ୍ରଗିରି ତିବତିୟ ସେଟେଲମେଣ୍ଟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କଡl ଭାଷାରେ ନିନ୍ଦା କରିଛନ୍ତି ତିବତୀୟ ପ୍ରତିନିଧି l ଫେବୃୟାରୀ ୨୮ ରେ ଏକ କାର୍ଯ୍ୟକ୍ରମରେ ଧର୍ମଗୁରୁ ଦଳାଇ ଲlମା ଜଣେ ବାଳକକୁ ଖୁସିରେ ଚୁମ୍ବନ କରିଥିଲେ l ଏହି ସମୟର ଏକ ଭିଡିଓ କୁ କିଛି ଗଣମାଧ୍ୟମ ଦଳାଇ ଲlମା ଙ୍କ ପ୍ରତି ଅପମାନ ସୂଚକ ଖବର ପ୍ରସାରଣ କରିଥିଲେ l ଏହାପରେ ତିବତିୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଏହା ଚୀନର ଏକ ଷଡ଼ଯନ୍ତ୍ର ବୋଲି ତିବତିୟ ମାନେ ଅଭିଯୋଗ କରିବା ସହ ତୁରନ୍ତ ସଂପୃକ୍ତ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି l ଏହି ସାମ୍ୱାଦିକ ସମ୍ମିଳନୀରେ ତିବତିୟ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ତଥା ଗଣମାଧ୍ୟମ ପରାମର୍ଶଦାତl ସନ୍ଦୂପ ଦୁର୍ଜେ, ଟେଞ୍ଜିନ ୟାଞ୍ଜି, ଶୁଭଶ୍ରୀ ସେନାପତି, ତିବତିୟ ମହିଳା ଉପଦେଷ୍ଠା ସେରିଂ ୟଂଜୁମ, ମହିଳା ସଭାନେତ୍ରୀ କୁଙ୍ଗl, ତିବତିୟ ରିପ୍ରେଜେଣ୍ଟିବ ପେମା ଥନ୍ଧୂପ, ଜିରlଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଖେନ୍ପୋ ପେମl ତେମ୍ପେଲ ଓ ଆରଏସଏସ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ୍ ପ୍ରମୁଖ ଉପସ୍ଥିତ ଥିଲେ l ଏହା ପରେ ତିବତିୟ ମାନେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଚନ୍ଦ୍ରଗିରି ବଜାର ପରିକ୍ରମା କରିଥିଲେ l