ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଛାତ୍ର ସଂଗଠନ ର ୭୫ତମ ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ ..

ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଛାତ୍ର ସଂଗଠନ ର ୭୫ ତମ ବାର୍ଷିକ ଉର୍ତ୍ସବ ମହାଡ଼ମ୍ବରରେ ପାଳନ କରାଯିବା ସହିତ ବାର୍ଷିକ ପତ୍ରିକା ” ସଂଜୀବନୀ ” ର ଲୋକାର୍ପଣ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଛାତ୍ର ସଂଗଠନର ସଭାପତି ଡାକ୍ତର ଦୟାନିଧି ମହାନ୍ତି ଏବଂ ସମ୍ପାଦକ ଡାକ୍ତର ନୀତେଶ କୁମାରଙ୍କ ତତ୍ୱାବଧାନ ଏବଂ ମହାବିଦ୍ୟାଳୟର ଅଧକ୍ଷ ଅରୁଣ କୁମାର ଦାସଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ବୁଦ୍ଧଦେବ ବାଗ ଛାତ୍ର ସଂଗଠନ ର ଆଡ଼ଭାଇଜର ଡାକ୍ତର ରଞ୍ଜନ କୁମାର କାଷ୍ଟା ମଞ୍ଚାସିନ ହୋଇ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ସଂଗଠନ ସମ୍ପାଦକ ନୀତେଶ କୁମାର ବାର୍ଷିକ ବିବରଣୀ ପାଠ କରିଥିଲେ l ପରେପରେ ମହାବିଦ୍ୟାଳୟ ଅଧକ୍ଷ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ପରେପରେ ମହାବିଦ୍ୟାଳୟ ର ପତ୍ରିକା ” ସଂଜୀବନୀ ” ର ଲୋକାର୍ପଣ କରାଯାଇଥିଲା l ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ନିଜର ଅଭିଭାଷଣ ରେ କହିଥିଲେ ଯେ ମହାବିଦ୍ୟାଳୟ ର ଯେଉଁ ସବୁ କାର୍ଯ୍ୟ ବାକି ରହିଛି ଛାତ୍ରମାନଙ୍କ ସହିତ ମିଶି ନିଜେ ଯାଇ ଉପରସ୍ଥ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ତୁରନ୍ତ ବାକିଥିବା କାର୍ଯ୍ୟକୁ ସମ୍ପୂର୍ଣ କରିବାପାଇଁ ପ୍ରତିଶୃତି ଦେଇଥିଲେ l ପରେପରେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରମାନଙ୍କୁ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ଶେଷରେ ଡାକ୍ତର ରଞ୍ଜନ କୁମାର କାଷ୍ଟା ଧନ୍ୟବାଦ ଅର୍ପଣ କରିଥିଲେ l ସଭା ଶେଷପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ