March 22, 2025

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଲୋଭଲ୍ଟେଜ ସମସ୍ୟା ଯୋଗୁଁ ରାଇଘର ଉମରକୋଟ ରାସ୍ତା ଅବରୋଧ କଲେ ଚାଷୀ………

Share

 

ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ଲୋଭଲ୍ଟେଜ ସମସ୍ୟା ଯୋଗୁଁ ରାଇଘର ଉମରକୋଟ ରାସ୍ତା ଅବରୋଧ କଲେ ସତାଧିକ ଚାଷୀ, ଯେଉଁ ଦିନ ଠାରୁ ଟାଟା ପାୱାର କୁ ବିଦ୍ୟୁତ ବିକ୍ରୟ କରାଗଲା ସେହିଦିନ ଠାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । କେତେବେଳେ ବିଲ ଅଧିକ ଆସୁଛି ତ କେତେବେଳେ ଲୋ ଭୋଲ୍ଟେଜ ଯୋଗୁଁ ଚାଷକାମ ଓ ପିଲାମାନଙ୍କ ପାଠ ପଢା ରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ସରଗୁଲି ନର୍ସରୀ ଛକ ଠାରେ ଚାଷୀ ମାନେ ସୁଖୀଯାଇଥିବା ମକା ଗଛ ନେଇ ରାସ୍ତା ଅବରୋଧ କରିଛନ୍ତି,ସୂଚନା ଅନୁଯାଇ ରାଇଘର ବ୍ଲକର ବିଭିନ୍ନ ପଂଚାୟତର ଗ୍ରାମ ଗୁଡିକରେ କିଛି ଦିନ ହେବ ଲୋ ଭୋଲ୍ଟେଜ ସମସ୍ୟାଲାଗି ରହୁଥିବାରୁ ଚାଷକରିଥିବା ଫସଲ ପାଣି ନ ଦେଇପାରିବାରୁ ଖରାରେ ଚାଷ ପୋଡି ନଷ୍ଟ ହେବାକୁ ଲାଗିଲାଣି ଯାହାଫଳରେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି, ଫଳରେ ସରଗୁଲି ଆଦିବାସୀ ଏବଂ ସରଗୁଲି ଡି.ଏନ.କେ. ଗ୍ରାମର ସତାଧିକ ଚାଷୀ ରାସ୍ତା ଅବରୋଧ କରି ଆନ୍ଦୋଳନ ରେ ବସିଛନ୍ତି, ଉଭୟ ପାର୍ଶ୍ୱରେ ଗାଡି ଅଟକ ରହିଛି,ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର କର୍ମଚାରି ପହଂଚିନାହାନ୍ତି।

You may have missed