March 23, 2025

ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

Share

 

 

 

 

 

ରାମନାଗୁଡ଼ା ତା ୨୦/୩/୨୦୨୫ ରିଖ:-

 

ରାଜ୍ୟ ସରକାର ଙ୍କ ତରଫରୁ” ଜାତୀୟ ପ୍ରାଣୀ ରୋଗ ନିରାକରଣ ଯୋଜନା”ଅଧୀନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏକ ବ୍ଲକ ସ୍ତରୀୟ ସଚେତନତା ଶିବିର ରାମନାଗୁଡା ବ୍ଲକ ର ନିଲାମଗୁଡ଼ା ପଞ୍ଚାୟତ ଅଧିନସ୍ଥ ଅମଡିଙ୍ଗି ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଶିବିର ରେ ରାମନାଗୁଡ଼ା ପ୍ରାଣୀ ଚକିତ୍ସାଳୟ ର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାକ୍ତର କୃଷ୍ନାନନ୍ଦ ବେହେରା ଯୋଗଦାନ କରି ପଶୁ ପକ୍ଷୀ ମାନଙ୍କର ସଂକ୍ରାମକ ରୋଗ ଯଥା ଗାଈ ଗୋରୁ ମାନଙ୍କର ସାହାଣl ,ବଜବଜିଆ,ଖୁରା ଓ ଛେଲି ମାନଙ୍କର ପି. ପି. ଆର.(ଛେଲି ମଡକ) ଏବଂ କୁକୁଡ଼ା ମାନଙ୍କର ଘୁମା ରୋଗ ର କାରଣ,ଲକ୍ଷଣ,ଚିକିତ୍ସା ଓ ତାର ପ୍ରତିଷେଧକ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ।ଅଧିକନ୍ତୁ ସେ ମୁଖ୍ୟ ମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଥିବା ଗୋ ପାଳନ ଯୋଜନା,ମହିଶି ପାଳନ ଯୋଜନା ,ଗୋ ସମ୍ପଦ ବିମା ଯୋଜନା,ମାଇ ବାଛୁରୀ ପାଳନ ଯୋଜନା ଓ ସବୁଦିନିଆ ଘାସ ଚାଷ ଯୋଜନା ସମ୍ପର୍କରେ ଉପସ୍ଥିତ ଥିବା ୪୦ ଜଣ ଗୋ ପାଳକ ଚାଷୀ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ।ଉପସ୍ଥିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ପଶୁ ପକ୍ଷୀ ମାନଙ୍କର ସଂକ୍ରାମକ ରୋଗ ର ଲିଫ୍ଲେଟ ବଣ୍ଟନ କରାଯାଇଥିଲା।ସର୍ବ ଶେଷରେ ଡ଼ାକ୍ତର ପାର୍ଥସାରଥୀ ସ୍ବାଇଁ, ଭ୍ରାମ୍ୟ ମାଣ ପ୍ରାଣୀ ଚିକିତ୍ସକ, ରାମନାଗୁଡ଼ା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏଥିରେ ସ୍ଥାନୀୟ ପ୍ରାଣୀ ଧନ ସହାୟକ ଦୀପକ କୁମାର ସାହୁ ସହଯୋଗ କରିଥିଲେ।