May 10, 2026

ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ପ୍ରସଙ୍ଗ ଦିନକୁ ଦିନ ବଢ଼ିବାରେ ଲାଗିଛି

IMG-20250321-WA0000
Share

ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ପ୍ରସଙ୍ଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟ ଅତିଥି ଭବନରେ ଏନେଇ ଗୁରୁବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

 

ଶ୍ରୀ ପାଢ଼ୀ କହିଛନ୍ତି, ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଅନୁରୋଧ କରିଛୁ। ଭାରତ ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଯେପରି ପାଳନ ହେଉଛି, ବିଦେଶରେ ବି ପାଳିବାକୁ ଅପିଲ କରିଛୁ। ସନାତନ ଧର୍ମ ଅନୁସାରେ ନୀତିକାନ୍ତିରେ ପାଳିବାକୁ ଅନୁରୋଧ କରିଛୁ। ଚଳିତ ଘୋଷଯାତ୍ରା ଓ ସ୍ନାନ ପୂର୍ଣ୍ଣିମାରେ ବିଚ୍ୟୁତି କରାନଯାଉ। ଇସ୍କନ ଅନୁରୋଧ ରକ୍ଷା କରିବ ବୋଲି ଆଶା କରୁଛୁ। ଏହି ବୈଠକରେ ଗଜପତି ମହାରାଜ ଓ ବିଦେଶରୁ ଆସିଥିବା ଇସ୍କନ କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ଥିଲେ।

 

ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଅନୁରୋଧ କରିଛୁ। ଭାରତ ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଯେପରି ପାଳନ ହେଉଛି, ବିଦେଶରେ ବି ପାଳିବାକୁ ଅପିଲ କରିଛୁ। ସନାତନ ଧର୍ମ ଅନୁସାରେ ନୀତିକାନ୍ତିରେ ପାଳିବାକୁ ଅନୁରୋଧ କରିଛୁ।

-ଅରବିନ୍ଦ ପାଢ଼ୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ