March 12, 2026

ଅଦ୍ୟ ତା ୨୧.୩.୨୦୨୪ ରିଖ ଗୁରୁବାର ଅପରାହ୍ନ ୩ ଘ. ସମୟରେ ଗୋପବନ୍ଧୁ ସେବା ପରିଷଦ…

okho
Share

                        ଅଦ୍ୟ ତା ୨୧.୩.୨୦୨୪ ରିଖ ଗୁରୁବାର ଅପରାହ୍ନ ୩ ଘ. ସମୟରେ ଗୋପବନ୍ଧୁ ସେବା ପରିଷଦ, ଆରଏସ୍ଏମ୍ ଗ୍ଲୋବାଲ ଓ ୟୁନାଇଟେଡ ୱେ ଅଫ ହାଇଦ୍ରାବାଦ ତରଫରୁ ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳି ଠାରେ ସ୍ଥାନୀୟ କିଶୋରୀ ବାଳିକାମାନଙ୍କୁ ନେଇ ଜାତୀୟ ରକ୍ତହୀନତା ଦିବସ ପାଳିତ ହୋଇ ଯାଇଛି। ଉକ୍ତ ବୈଠକରେ ଡାକ୍ତର ବିରଜା ଶଙ୍କର ରଥ, ଶ୍ରୀ ସନ୍ଦୀପ ବରୁଣ ଓଝା ଅପିଏମ୍, ମାନସ କୁମାର ରଥ ଫିଜିଓଥେରାପିଷ୍ଟ, ସମାଜସେବୀ ଶ୍ରୀମତି. ପାପୀୟା ବାନାର୍ଜୀ, ଅନୁଷ୍ଠାନର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହାରଣା ଓ ଜିଲ୍ଲା ସଂଯୋଜିକା ଶ୍ରୀମତୀ ଏଲିନା ମିଶ୍ର ଯୋଗ ଦେଇ ଥିଲେ। ଶ୍ରୀମତି ମିଶ୍ର ନିଜ ବକ୍ତବ୍ୟ ରେ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଡା. ରଥ ରକ୍ତହୀନତାର କାରଣ ଓ ଏହାର ନିରାକରଣ କେତେକ ଭିଟାମିନ ଗ୍ରହଣ ସମ୍ପର୍କରେ ତଥା ଦୈନିକ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିଲେ, ସେହିପରି ଶ୍ରୀ. ଓଝା ନିଜ ବକ୍ତବ୍ୟରେ ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା ରକ୍ତହୀନତା ସହ ସମ୍ପର୍କ,ଭିଟାମିନ ଯୁକ୍ତ ଖାଦ୍ୟ, ବିଭିନ୍ନ ପ୍ରକାର ରୋଗ ଯାହା ରକ୍ତ କନିକା ଗଠନ ରେ ବାଧକ ସାଜେ ସେ ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ। ସଚେତନତା ର ଅଭାବ ଓ ଏଥିପାଇଁ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା ମାନ ଯଥା ଅମ୍ଳାନ, ସୁମନ, ମମତା ବିଷୟରେ ମଧ୍ୟ କହିଥିଲେ ଏବଂ ଗୋପବନ୍ଧୁ ସେବା ପରିଷଦ ସହିତ ଆଗାମୀ ଦିନରେ କିଶୋରି ବାଳିକା ଙ୍କ ପାଇଁ କିଛି ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଈଁ ପ୍ରତିଶ୍ରୁତି ଦେଇ ଥିଲେ। ଶ୍ରୀ. ମାନସ ରଥ ଦୈନିକ ଯୋଗ ଓ ବ୍ୟାୟାମ ର ଆବଶ୍ୟକତା ବିଷୟରେ କହିଥିଲେ। ସେହିପରି ଶ୍ରୀମତୀ ବାନାର୍ଜୀ ସମାଜ ଗଠନରେ ନାରୀ ଓ କିଶୋରୀ ବାଳିକା ଙ୍କ ସ୍ବାସ୍ଥ୍ୟ ର ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ମହାରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର କର୍ମୀ ବିସ୍ମୟ ମିଶ୍ର ପରିଚାଳନା କରିବା ସହ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ।(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)