ବେଟି ବଚ।ଓ ବେଟି ପଢ଼ାଓ ଓ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260221-WA0039
Share

ବେଳଗୁଣ୍ଠା :(ସୁକାନ୍ତ କୁମାର ନାୟକ) ଉପାନ୍ତ ଖବର

ବେଲଗୁଣ୍ଠା ବ୍ଲକରେ ସମ୍ମନିତ ଶିଶୁ ବିକାଶ ବିଭାଗ ତରଫରୁ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ମନିତ ଶିଶୁ ବିକାଶ ବିଭାଗ ଅଧିକାରି ନଳିନି ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବେଲଗୁଣା ଗୋଷ୍ଠି ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରି ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରି ଶିଶୁ ବିଦ୍ୟା ଭବନ ପ୍ରଧାନ ଆଚାର୍ଯ୍ୟ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସମାଜରେ ଝିଅ ମାନଙ୍କ ସୁରକ୍ଷା ସହିତ ସେମାନଙ୍କ ଉଚ୍ଚ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ଏଥିସହିତ ସାଇବର ଠକେଇ ଠାରୁ ସାବଧାନ ରହିବା ଓ ନିଜ ପରିବାରର ସଦସ୍ୟ ମାନଙ୍କୁ ସାଇବର ଠକ ଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେବାକୁ ସେମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟ କ୍ରମରେ ଅଞ୍ଚଳର ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ସହଯୋଗ କରିଥିଲେ ।