ବରିଷ୍ଠ କଂଗ୍ରେସ ନେତା ଜଗବନ୍ଧୁ ଙ୍କ ଅକାଳ ବିୟୋଗରେ ଶୋକ ସଭା ଅନୁଷ୍ଠିତ…
କୋରାପୁଟ(ହରିଶ କୁମାର ପଟ୍ଟନାୟକ)କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ମୂର୍ତହାଣ୍ଡି ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଜଗବନ୍ଧୁ ସମରଥ ଙ୍କ ବିୟୋଗ ହୋଇଛି।ଖବର ପ୍ରସାର ହେବା ପରେ ଛତିଶଗଡ଼ ସମେତ ଆଖପାଖ ଅଞ୍ଚଳ ର ବନ୍ଧୁ ଓ ପରିବାର ପହଞ୍ଚି ଯାଇଥିଲେ। କଂଗ୍ରେସ ଦଳ ପକ୍ଷରୁ ଦଳୀୟ ପତାକା ଦେଇ ମର ଶରୀରକୁ ସମ୍ମାନିତ କରାଯାଇଥିଲା।ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ,କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଗଠକ ରଞ୍ଜିତ ପଟ୍ଟନାୟକ,ଯୁବ କଂଗ୍ରେସ ନେତା କୁରାମ ନାଥ ମାଝୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ପୂଜାରୀ,ପୂର୍ବତନ ନଗର କଂଗ୍ରେସ କମିଟି ସଭାପତି ବାପୁନ ତ୍ରିପାଠି,ତପନ ମହାପାତ୍ର, ରମା ବିଶୋଇ,ବିକ୍ରମ ଦେବ ମାଝୀ ପ୍ରମୁଖ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇ ଥିବାର
ଜଣାଯାଇଛି।ସ୍ବର୍ଗତ ଜଗବନ୍ଧୁ ନିତ୍ୟକର୍ମ ସାରି ବିଶ୍ରାମ ସମୟରେ ଛାତିରେ ଯନ୍ତ୍ରଣା ହେଉଥିବା ଅନୁଭବ କରିଥିଲେ ପରେ ସଙ୍ଗେ ସଙ୍ଗେ ପ୍ରାଣ ବାୟୁ ଚାଲି ଯାଇଥିଲା ବୋଲି ପରିବାର ଲୋକେ ସୂଚନା ପ୍ରଦାନ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ଙ୍କ ସହିତ ବାପା ଏବଂ ତିନୋଟି ପୁତ୍ର ଙ୍କ ସମେତ ବୋହୁ ମାନେ ଉପସ୍ଥିତ ଥିଲେ। ମର ଶରୀର କୁ ଶେଷ ସଂମ୍ମାନ ଜଣାଇବା ନିମନ୍ତେ ଅଞ୍ଚଳ ର ବହୁ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ସଙ୍ଗେ ଶୋକ ବ୍ୟକ୍ତ କରିଥିଲେ।
