ଶିକ୍ଷାର ଉନ୍ନତି କେମିତି ସମ୍ଭଵ ? ବିଦ୍ୟାଳୟରେ ଅଭାବ ଶିକ୍ଷକ ଶିକ୍ଷୟିତ୍ରୀ
ଖଇରା ( ଦେବାଶିଷ ଦାଶ )
ବାଲେଶ୍ଵର ଜିଲ୍ଲା ଖଇରା ବିଇଓ ଅଧିନରେ ୧ମରୁ ୮ମ ପର୍ଯ୍ୟନ୍ତ ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ବିଦ୍ୟାଳୟ ଅଛି । ସେଥିମଧ୍ୟରୁ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ପ୍ରାୟ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ବିଦ୍ଯାଦାତା ଓ ବିଦ୍ଯାଦାତ୍ରୀଙ୍କ ସଂଖ୍ଯା କମ୍ ଥିବାରୁ ପାଠପଢ଼ା ଠିକ୍ ଭାବେ ହୋଇ ପାରୁନାହିଁ । ସେପଟେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସରକାର ଶିକ୍ଷାଦାନ ବ୍ଯତୀତ ଅନ୍ଯାନ୍ଯ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ପ୍ରତ୍ୟେକ ମାସ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସର ଜାରି ରହିଛି । ନୂତନ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ନାହିଁ। ଅନେକ ଅଭିଭାବକ ଓ ଅଭିଭାବିକା ମାନଙ୍କ ଠାରୁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ବିଷୟରେ ଖବର ସଂଗ୍ରହରୁ ଜଣାପଡ଼ିଛି ଯେ ପ୍ରକୃତରେ ଅନେକ ବିଦ୍ୟାଳୟରେ ବିଦ୍ଯାଦାତା ଓ ବିଦ୍ଯାଦାତ୍ରୀଙ୍କ ସଂଖ୍ଯା କମ୍ ଅଛି । ପୁଣି ବିଦ୍ୟାଳୟରେ ସରକାରଙ୍କ ବିଭିନ୍ନ ପ୍ରୋଗ୍ରାମ । ଶିକ୍ଷାର ଉନ୍ନତି କରଣ ନିମନ୍ତେ ସରକାର ବାରମ୍ବାର ପ୍ରଚାର ପ୍ରସାର କରୁଛନ୍ତି ହେଲେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତିରେ ନାଁ ଧରୁ ନାହାନ୍ତି । କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭାବ ଯୋଗୁଁ ଶିକ୍ଷା ବିଭାଗ ଏକା ପ୍ରକାର ରୁଗ୍ଣ ହୋଇ ପଡିଛି ଖଇରା ବିଇଓ ଅଞ୍ଚଳରେ । ସେପଟେ କର୍ମଚାରୀ ଅଭାବ ଯୋଗୁଁ ବିଇଓ କାର୍ଯ୍ୟାଳୟ ଠିକ୍ ଭାବେ ସେବା ଯୋଗାଇ ପାରୁନାହିଁ । ହେ ସରକାର ! ଶିକ୍ଷାର ଉନ୍ନତି ଯଦି ତୁମର ଲକ୍ଷ୍ୟ ତେଣୁ ତୁରନ୍ତ ଖାଲି ଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ ନିମନ୍ତେ ଧ୍ୟାନ ଦିଅନ୍ତୁ ନଚେତ୍ ଶିକ୍ଷାର ଉନ୍ନତି ଠପ୍ ହୋଇଯିବ । ଯେଉଁଥି ପାଇଁ ଛାତ୍ରଛାତ୍ରୀ ମାନଙ୍କ ପିତାମାତା ଘରୋଇ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି । ଶିକ୍ଷାନୁଷ୍ଠାନ ଏକ ମଣିଷ ତିଆରି କାରଖାନା ହେଲେ ସେ କାରଖାନାରେ ଯଦି ଶ୍ରମିକ ଅଭାବ ହେବ ସେ କାରଖାନା ଚାଲିବ କେମିତି ? ଶିକ୍ଷାର ଉନ୍ନତି ହେବ କେମିତି ? ଆପଣଙ୍କ ଶିକ୍ଷାର ଉନ୍ନତି ମିଶନ ସଫଳ ହେବ କେମିତି ? ଏଭଳି ଅନେକ ପ୍ରଶ୍ନ ନେଇ ଅଭିଭାବକ ଅଭିଭାବିକା ମାନେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ସେମାନଙ୍କ ଦାବି ସରକାର ତୁରନ୍ତ ଖାଲି ଥିବା ପଦବୀ ଗୁଡିକ ପୂରଣ ନିମନ୍ତେ ଧ୍ଯାନ ଦିଅନ୍ତୁ ।।
