ଶ୍ରୀମା’ଙ୍କ ୧୪୮ତମ ଜୟନ୍ତୀ ପାଳିତ

ବୁଗୁଡା : ତା ୨୧/୦୨/୨୫ : ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ବପରିସରରେ ଶ୍ରୀମା’ଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏ ଅବସରରେ ନାମଜପ ସହ ମାତୃ ପତାକା ଉତ୍ତୋଳନ ପୂର୍ବକ ଏକ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା । ଶିକ୍ଷାକେନ୍ଦ୍ରର ସଭାପତି ୟୁ.ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପାଢୀ , ସମ୍ମାନିତ ଭାବେ ମାତୃପ୍ରେମୀ ଟି.ସୁଦର୍ଶନ ପାତ୍ର ଯୋଗ ଦେଇ ଦିବ୍ଯ ଜନନୀ ଶ୍ରୀମା’ଙ୍କ ଉତ୍ସର୍ଗୀକୃତ ଜୀବନୀ ସମ୍ପର୍କେ ଆଲୋକପାତ କରିବା ସହ ଶ୍ରୀମା’ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯକ୍ଷ ହରିହର ମହାରଣା ପରିଚାଳନା କରିଥିବା ବେଳେ ପରିଶେଷରେ ଶିକ୍ଷକ ପ୍ରଶାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।