May 11, 2026
IMG-20250221-WA0044
Share

 

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ତହସିଲଦାର ଙ୍କ ଦ୍ଵାରା ୬୦ନଂ ରାଜପଥର ଆମ୍ବଳିଆଠା ଛକ ନିକଟରୁ ୫୦ ରୁ ଅଧିକ ବାଲି ବୋଝେଇ ଡମ୍ପର ଜବତ କରାଯାଇଛି। ଗତକାଲି ବିଳମ୍ବିତ ରାତି ରୁ ଆମ୍ବଳିଆଠା ଛକ ଦେଇ ପଶ୍ଚିମବଙ୍ଗ କୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ତହସିଲଦାର ସତ୍ୟଜିତ ମହାନ୍ତି ଙ୍କ ସହ ଏକ ଟିମ୍ ରାଜପଥ ଉପରେ ଯାଞ୍ଚ କରି ବିଳମ୍ବିତ ରାତି ରୁ ସକାଳ ପର୍ଯ୍ଯନ୍ତ ୫୦ ରୁ ଉର୍ଦ୍ଧ୍ବ ବାଲି ବୋଝେଇ ଡମ୍ପର ଜବତ କରିଥିବା ବେଳେ ସେଗୁଡ଼ିକୁ ରାଜପଥ ଉପରେ ଥିବା ତେଲ ଟାଙ୍କି ଗୁଡ଼ିକରେ ରଖା ଯାଇଛି । ସମସ୍ତ ଗାଡ଼ି ପଶ୍ଚିମବଙ୍ଗ ଏବଂ କିଛି ଗାଡ଼ି ଓଡ଼ିଶା ନମ୍ବର ର ଥିବା ବେଳେ ଆର ଟି ଓ ଏବଂ ମାଇନିଙ୍ଗ ବିଭାଗ କୁ ସୁଚନା ଦେଇଥିବା କହିଛନ୍ତି ଜଳେଶ୍ଵର ତହସିଲଦାର। ତେବେ ଆର ଟି ଓ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ସମସ୍ତ ଗାଡ଼ି ଗୁଡ଼ିକ ର ଯାଞ୍ଚ ଆରମ୍ଭ କରିଛି ବୋଲି ଜଣାପଡ଼ିଛି।

ବାଲେଶ୍ଵର ରୁ ଶେଖ୍ ହାଜୀମ