May 11, 2026

ଜେ ଜେ ଟ୍ୟୁଟୋରିଆଲରେ ପଣ୍ଡିତ ଡ଼ ବୀରେନ୍ଦ୍ର ପଣ୍ଡାଙ୍କ ପ୍ରବଚନ 

IMG-20250221-WA0043
Share

 

 

ବାଲେଶ୍ଵର: ବାଲେଶ୍ୱର ସହର ସ୍ଥିତ ଜେ ଜେ ଟ୍ୟୁଟୋରିଆଲ ପରିସରରେ ବୈଦିକ ବିଦ୍ୱାନ ପଣ୍ଡିତ ଡ଼ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ। ଛାତ୍ରଛାତ୍ରୀମାନେ ସ୍ଥାୟୀ ଜୀବନକୁ କିପରି ପରିଚାଳିତ କରିବେ,ସେମାନେ କିପରି ଆଦର୍ଶ ମଣିଷ ହୋଇପାରିବେ ଏବଂ କିପରି ସୁନ୍ଦର ଭବିଷ୍ୟତ ନିର୍ମାଣ ସହ ଭଲ ମଣିଷ ହୋଇପାରିବେ ସେ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାସମଲ, ସଂପାଦକ ଜଗନ୍ନାଥ ସାସମଲ , ସହ ସଂପାଦକ ରୋହିତ୍ ସାସମଲ ଉପସ୍ଥିତ ରହି ପଣ୍ଡିତ ଶ୍ରୀ ପଣ୍ଡାଙ୍କୁ ସ୍ଵାଗତ କରିଥିଲେ। ଓଡ଼ିଆ ଅଧ୍ୟାପକ ଡ଼ ସାରଙ୍ଗଧର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଂଜିନିୟର ଅଭିଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଡ଼ ଗିରିଜା ଶଙ୍କର ପତି,ରୂପକ ବେହେରା, ଜ୍ୟୋତିର୍ଜୀବନ ଉପାଧ୍ୟାୟ,ନିମଳେନ୍ଦୁ ପାଢ଼ୀ, ଋତୁପର୍ଣ୍ଣା ଦାଶ, ଅର୍ପିତା ମହାନ୍ତି ଙ୍କ ସମେତ ଅଧ୍ୟାପକ -ଅଧ୍ୟାପିକା , ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ରହିଥିଲେ। ଟ୍ୟୁଟୋରିଆଲ ର ଏଭଳି ମହତ୍ କାର୍ଯ୍ୟକ୍ରମକୁ ଅଭିଭାବକମାନେ ଉଚ୍ଚ ପ୍ରଶଂସା କରିଥିଲେ।

ବାଲେଶ୍ଵର ରୁ ଶେଖ୍ ହାଜୀମ