September 24, 2026

ପଥର ଖାଦାନରେ ଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ

IMG-20250221-WA0038
Share

 

 

ବାଲେଶ୍ଵର: ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ଖଞ୍ଜାମାହାଲ ପଥର ଖାଦାନରେ ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଚାନକ ଚଢ଼ାଉ କରି ଚାରୋଟି ପୋକଲିନ, ତିନୋଟି ବେଆଇନ ମାଲ ବୋଝେଇ ଡମ୍ପର ସହ ଏକ ଟ୍ରାକ୍ଟର ଜବତ କରିଥିବା ବେଳେ ଖଣି ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଖାଦାନରେ ବାରମ୍ବାର ଚଢ଼ାଉ ହେଉଥିଲେ ମଧ୍ୟ ପଥର ଚୋରି ରୋକିବାର ନାଁ ଧରୁନି । ପ୍ରଶାସନ ପକ୍ଷରୁ ଯେତେ ପ୍ରକାର ପଥ ଆପଣା ଯାଉଛି ସେ ସବୁକୁ ଫୁ କରି ମାଫିଆ ମାନେ ପଥର ଲୁଟିବାରେ ଲାଗିଛନ୍ତି। ଗତ କିଛି ଦିନ ତଳେ ପ୍ରଶାସନ ପକ୍ଷରୁ ଏହାର ମୁଖ୍ୟ ରାସ୍ତା ଗୁଡ଼ିକୁ କାଟି ଦିଆଯାଇଥିଲା ୪ଦିନ ତଳେ ପୁଲିସ ଏବଂ ଖଣି ବିଭାଗ ପକ୍ଷରୁ ନାକାବନ୍ଦୀ କରାଯିବା ପାଇଁ ସ୍ଥାନ ନିରୂପଣକରାଯାଇଥିଲା । ମାତ୍ର ଏସବୁର କିଛି ବି ଫରକ ମାଫିଆ ମାନଙ୍କ ଉପରେ ପଡ଼ିନଥିଲା। ଦିନ ରାତି ସବୁ ସମୟରେ ପଥର ଲୁଟ ଚାଲିଥିବା ବେଳେ ଗୁରୁବାର ବାଲେଶ୍ଵର ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏହି ଖାଦାନରେ ପହଞ୍ଚିଥିଲେ। ପରେ ବେଆଇନ ପଥର ଚାଲାଣରେ ଲାଗିଥିବା ୪ଟି ଚେନପୁଲି ପୋକଲିନ ମେସିନ, ତିନୋଟି ଡମ୍ଫର, ଗୋଟିଏ ଟ୍ରାକ୍ଟର ଜବତ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦେଶରେ ବିଭିନ୍ନ ସ୍ଥାନରେ ଗଛିତ ଥିବା ପଥରକୁ ଜବତ କରାଯାଇ ୩୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାରେ ନିଲାମ କରାଯାଇଥିଲା। ଏବଂ ଖାଦାନ ଅଂଚଳରେ ଥିବା ବିଭିନ୍ନ କ୍ରସରରେ ଚଢ଼ଉ କରାଯାଇ ଗଛିତ ପଥରକୁ ଜବତ କରାଯାଇ ନିଲାମ କରାଯିବା ସହିତ ସଂଲଗ୍ନ ରାସ୍ତାକୁ ଖଣି ବିଭାଗ ତରଫରୁ କଟାଯାଇଥିଲା ଖଣି ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ଦଳେଇ, ବାଲେଶ୍ଵର ଖଣି ଅଧିକାରିଣୀ ସନ୍ତୋଷୀପ୍ରଭା ସେଠୀ, ସୋର ତହସିଲଦାର ଶେଖ ସାଗିର, ଅତିରିକ୍ତ ତହସିଲଦାର ଦୈତାରୀ ମଲ୍ଲିକ, ବାଲେଶ୍ବର ବନ ବିଭାଗର ଏସିଏଫ ଦିଗନ୍ତ ଶୋଭନ ଚାନ୍ଦ ଓ ପରିବହନ ବିଭାଗର ଅଧିକାରୀଙ୍କ ସମେତ ସୋର ପୁଲିସ ସାମିଲ ଥିଲେ ।