September 24, 2026

ପରୀକ୍ଷା ଦେବାକୁ ବାହାରୁଥିବା ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ 

IMG-20250221-WA0039
Share

 

 

ବାଲେଶ୍ୱର : ଶୁକ୍ରବାର ଠାରୁ ହୋଇଛି ମ୍ୟାଟ୍ରିକ ପରୀକ୍ଷା । ପରୀକ୍ଷା ଦେବାକୁ ବାହାରୁଥିବା ବେଳେ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସୋର ଡାକ୍ତରଖାନାକୁ ଆଣିଥିଲେ ମାତ୍ର ସେଠାରେ ଡାକ୍ତର ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା କହିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦାରେ। ସୂଚନା ଅନୁସାରେ ଏହି ଗ୍ରାମର କୈଳାଶ ଚନ୍ଦ୍ର ମାଝୀଙ୍କ ପୁଅ ଚନ୍ଦ୍ର ଶେଖର ମାଝୀ (୧୫) ନିକଟସ୍ଥ ଆରୁହାବାଡ଼ ହାଇସ୍କୁଲରେ ପଢ଼ନ୍ତି। ଗତ ତିନିଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଚିକେନ ଖାଇଥିଲେ। ସେହିଦିନ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଯାଇଥିଲେ। ମାତ୍ର ପେଟ ବ୍ୟଥା କମି ନଥିବା ବେଳେ ଆଜି ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ବାହାରିବା ବେଳେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଜଣାପଡ଼ିଛି।