ଫିଟନେସ ନ ଥିବା ଗାଡ଼ି ବୁଲୁଛି ୱାଟରସେଡ଼ ଯାତ୍ରା ପ୍ରଚାର ରଥ..

(କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ)
କୋରାପୁଟ(ଗୁପ୍ତେଶ୍ୱର ରଥ)ଫିଟନେସ ନ ଥିବା ଗାଡି ବୁଲୁଛି ୱାଟରଶେଡ଼ ଯାତ୍ରା ସଚେତନତା ରଥ।ଏହି ରଥ ପାଞ୍ଚ ଗୋଟି ବ୍ଲକରେ ବୁଲି ଚାଷୀ ମାନଙ୍କୁ ସଚେତନ କରାଇବ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ରଥ ବାହାରିଥିଲା।କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ୱାଟରଶେଡ଼ ଯାତ୍ରା ର ରଥ ୫ ଦିନରେ ୫ ଟି ବ୍ଲକ ରେ ପରିକ୍ରମା କରି ଚାଷୀ ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଛି।ଚାଷୀ ମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ସଚେତନତା କରାଇବା ପାଇଁ ଏହା ଗୋଟାଏ ପ୍ରୟାସ ବୋଲି ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ପ୍ରକାଶ କରିଛନ୍ତି।ବଡ଼ ଆଶ୍ଚର୍ଯ୍ୟ ର ବିଷୟ ଚାଷୀ ମାନଙ୍କୁ ସଚେତନତା କରାଇବା ପାଇଁ ୱାଟରଶେଡ଼ ଯାତ୍ରା କରୁଥିବା ରଥ ଗାଡିର ଫିଟନେସ ଗତ ୧ ଫେବୃଆରୀ ୨୦୨୫ ରେ ଶେଷ ହୋଈ ଯାଇଛି।ଫିଟନେସ ନ ଥିବା ଗାଡି କିପରି ୱାଟରଶେଡ଼ ଯାତ୍ରା ର ରଥ ଭାବେ ବୁଲୁଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ କୋରାପୁଟ ବାସିନ୍ଦା ଦାବି କରିଛନ୍ତି।ଏ ନେଇ କୋରାପୁଟ ଆଞ୍ଚଳିକ ପରିବହନ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ।ସେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।