May 14, 2026

ତୀର୍ଥଯାତ୍ରା ହେଲା ମହାଯାତ୍ରା ସାରଳା ମନ୍ଦିରର ପରିଚ୍ଛା ଙ୍କ ବିୟୋଗରେ ଶୋକ

IMG-20250221-WA0030
Share

ତୀର୍ଥଯାତ୍ରା ହେଲା ମହାଯାତ୍ରା ସାରଳା ମନ୍ଦିରର ପରିଚ୍ଛା ଙ୍କ ବିୟୋଗରେ ଶୋକ .ଝଙ୍କଡ଼ ତା ୨୧/୨/୨୦୨୫ ବାଲାଜୀ ତିରୁପତି ଙ୍କ ଧାମରେ, ସର୍ବ ଭାରତୀୟ, ମନ୍ଦିରର ମୁଖ୍ୟପୁରୋଧା ମାନଙ୍କର ଏକ ସମ୍ମୀଳନୀରେ ଯୋଗଦେବାପାଇଁ, ଝଙ୍କଡ଼ ସାରଳା ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଓ ମାଆଙ୍କ ପରିଛା ପଣ୍ଡିତ ସୁଦାମ ଚରଣ ପଣ୍ଡା, କିଛିଦିନ ପୂର୍ବରୁ ତିରୁପତି ଯାଇଥିଲେ। ସେଠାରେ ସମ୍ମୀଳନୀରେ ଯୋଗଦେବା ପରେ ବାଲାଜୀ ତିରୁପତି ଙ୍କ ଦର୍ଶନ ସାରି, ଟ୍ରେନ ରେ ନିଜ ଘରକୁ ଫେରିବା ବେଳେ ଗତ ଗୁରୁବାର ରାତି ୪ ଟା ବେଳେ, ବାଥ୍ର ରୁମ୍ କୁ ଯାଇଥିବା ସମୟରେ, ହୃଦ୍ ଘାତ୍ ରେ ପଣ୍ଡିତ ସୁଦାମ ଚରଣ ପଣ୍ଡା (୭୧) ଙ୍କର ପରଲୋକ ହୋଇଯାଇଛି । ସେ ଜଣେ ନୈଷ୍ଠିକ ଓ ସମର୍ପିତ ସେବକ ଭାବରେ ଦୀର୍ଘ ତିନିଦଶନ୍ଧି ଧରି, ଝଙ୍କଡ଼ ସାରଳା ମନ୍ଦିରର ସମସ୍ତ ପଣ୍ଡା ସେବକ ମାନଙ୍କର ପ୍ରତିନିଧି ପରିଛା ଭାବରେ ସୁଚାରୁ ରୂପେ ନିଜର କାର୍ଯ୍ୟନିର୍ବାହ କରି ଆସୁଥିଲେ। କିଛିମାସ ପୁର୍ବରୁ ରାଜଧାନୀ ଦିଲ୍ଲୀ ଗ୍ରସ୍ଥକରି, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ମା ସାରଳା ଙ୍କର ଏକ ରୌପ୍ୟ ମୂର୍ତ୍ତୀ ପ୍ରଦାନ କରିବା ସହିତ ତାଙ୍କୁ ଝଙ୍କଡ଼ ସାରଳା ପୀଠ କୁ ପରିଦର୍ଶନ ରେ ଆସିବା ପାଇଁ ନିମନ୍ତ୍ରଣ କରିଥଲେ। ପ୍ରତିଦିନ ମାଆଙ୍କ ଚାମରସେବା ନୀତି ଓ କାର୍ତ୍ତିକ ମାସସାରା ପ୍ରାତଃ ସମୟରେ ମାଆଙ୍କ ମଙ୍ଗଳ ଆରତୀ କରି, ଶ୍ରାଦ୍ଧକୁ ଭକ୍ତମାନଙ୍କ ର ଶ୍ରଦ୍ଧାଭାଜନ ହୋଇଥିବାରୁ, ତାଙ୍କର ଏହି ପରଲୋକ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମରଶରୀର ଏଠାରେ ପହଞ୍ଚିବା ପରେ ଶବଶୋଭାଯାତ୍ରରେ ନିଆଯାଇ ଗ୍ରାମ୍ୟଶ୍ମଶାନ ରେ ଅନ୍ତେଷ୍ଟ କ୍ରିୟା ସମ୍ପନ୍ନ ହେବ। ଏହି ଅବସରରେ ସ୍ବର୍ଗତ ସୁଦାମ ନନା ଙ୍କ ବଡ଼ପୁଅ ସୁନୀଲ ମନୋହର ପଣ୍ଡା, ସାନ ପୁଅ ସନ୍ଦୀପ ମଧୁସୂଦନ ପଣ୍ଡା, ଝିଅ ସୁଭଦ୍ରା, ଜାମାତା ତନୟ ଆଚାର୍ଯ୍ୟ ଓ ସମୁଦୀ ନୟନ ପ୍ରସାଦ ଆଚାର୍ଯ୍ୟଙ୍କ ସମେତ ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସାନ୍ତ୍ଵନା ଦେବା ସହିତ ସମବେଦନା ଜଣାଇଛନ୍ତି, ଜଗନ୍ନାଥ ମହୋତ୍ସବ କମିଟିର ମାର୍ଗ ଦର୍ଶକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ , ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ , ସମ୍ପାଦକ କ୍ଷୀରୋଦ କୁମାର ରାଉଳ , କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ ଓ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ , ସାଂସଦ ବିଭୂପ୍ରସାଦ ତରାଇ , ପୁର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ , ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ ରମାକାନ୍ତ ଭୋଇ , ବାଲିକୁଦା ଏରସମା ବିଧାୟକ ସାରଦା ଜେନା, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ , ପୁର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ , ପୁର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଙ୍କ ଜିଲ୍ଲାର ବହୁ ଜନପ୍ରତିନିଧି, ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ପଣ୍ଡା ସେବକଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଅଛନ୍ତି। ଖବର ଲେଖା ହେବାପର୍ଯ୍ୟନ୍ତ ତାଙ୍କର ମରଶରୀର ତାଙ୍କ ଜନ୍ମସ୍ଥାନରେ ପହଞ୍ଚିପାରିନଥିଲା।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା