May 14, 2026

ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ପ୍ରତିଯୋଗିତା-2025

IMG-20250221-WA0027
Share

 

21.2.2025/ ଓଡିଶା ସରକାରଙ୍କ ସହାୟତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟିକ ଏବଂ ସାଂସ୍କୃତିକ ପ୍ରତିଯୋଗିତାର ତୃତୀୟ ଦିବସର କାର୍ଯ୍ୟକ୍ରମରେ ଓଡିଆ ଏବଂ ଇଂରାଜୀ ବତ୍କୃତl ପ୍ରତିଯୋଗିତା, ତର୍କ ପ୍ରତିଯୋଗିତାର ୧ମ ରାଉଣ୍ଡ, ଇଂରାଜୀ ରଚନା ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଇଂରାଜୀ ବାତ୍କୃତl ରେ ମୋଟ ୧୬ ଟି ବିଶ୍ୱବିଦ୍ୟାଳୟର ୩୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲା ବେଳେ ଓଡିଆ ବାତ୍କୃତl ରେ ୩୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ସେହିଭଳି ଇଂରାଜୀ ତର୍କରେ ୧୧ ଜଣ ଓ ଇଂରାଜୀ ରଚନା ଲିଖନରେ ୧୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ I ବିଭିର୍ନ ପ୍ରତିଯୋଗିତାରେ ପ୍ରତିଭାବାନ ଛାତ୍ର ଛାତ୍ରୀ ବିଚାରକ ମଣ୍ଡଳୀଙ୍କ ଗହଣରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ I ସନ୍ଧ୍ୟା ରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ଵବିଦ୍ୟାଳୟର ପ୍ରତିନିଧିତ୍ଵ କରୁଥିବା ଛାତ୍ର ଛାତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ, ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ

କୁଳସଚିବ ଶ୍ରୀ ସଚିଦାନନ୍ଦ ନାୟକ ପ୍ରମୁଖ ଛାତ୍ର ଛାତ୍ରୀଙ୍କ ଗହଣରେ ଯୋଗଦେଇ ଉତ୍ସାହିତ କରିଥିଲେ I ଏହି ଅବସରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଦ୍ବାରା ପ୍ରସ୍ତୁତ ଓଡ଼ିଆ ଓ ଇଂରାଜୀ ପତ୍ରିକା ଉନ୍ମୋଚିତ ହୋଇଥିଲା I ଫେବୃଆରୀ ୧୯ ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ଓଡିଶାର ୧୭ଟି ବିଶ୍ୱବିଦ୍ୟାଳୟରୁ ୫୦୩ ଜଣ ଛାତ୍ରଛାତ୍ରୀ ପ୍ରତିନିଧିତ୍ବ କରିଛନ୍ତି I