February 23, 2025

ଉମରକୋଟ ଠାରେ “ତ୍ରିଦିବସୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତୀ କର୍ମଶାଳା ” ଅନୁଷ୍ଠିତ………

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସହଜ ସରଳ ବୋଧଗମ୍ୟ ଶିକ୍ଷା ନିମନ୍ତେ ଶିକ୍ଷଣ ସାମଗ୍ରୀ ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ଉମରକୋଟ ବ୍ଲକ ଅନ୍ତର୍ଗତ କେଶରୀ ବେଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଏକ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ସରକାରୀ ପ୍ରାଥମିକ ବିଦ୍ୟାଳୟ କେଶରୀବେଡ଼ା ପରିସରରେ ଅନୁଷ୍ଠିତ ହୋଇଛି। ଚଳିତ ମାସ ୧୭ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ପ୍ରଧାନ ଶିକ୍ଷକ ସଦାନନ୍ଦ ମିର୍ଦ୍ଧା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୋତିରାମ ଗଣ୍ଡଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କର୍ମଶାଳା ରେ ତିନି ଜଣ ଆର. ପି ,ଜଣେ ସହଯୋଗୀଙ୍କ ସମେତ ୧୫ ଟି ବିଦ୍ୟାଳୟରୁ ୨୦ ଜଣ

ଶିକ୍ଷକ ଶିକ୍ଷୟତ୍ରୀଯୋଗଦେଇଥିଲେ। କର୍ମଶାଳା ରେ ମୌଳିକ ସାକ୍ଷରତା (ଭାଷା) ଓ ସଂଖ୍ୟଜ୍ଞାନ ବିଭାଗରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ୫୦ ରୁ ଉର୍ଦ୍ଧ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ ।ପ୍ରଧାନ ଶିକ୍ଷୟତ୍ରୀ ଚଞ୍ଚଳା ବିଶ୍ୱାସ , ବୀରସିଂ ପରଜା ,ପିତାମ୍ବର ମାଳି ,ସନ୍ତୋଷ ବାରିକ,ପଞ୍ଚୁରାମ ଗଣ୍ଡ,ଉଦ୍ଧବ ମଝି,ସୋରୁପ ସରକାର ,ବୁଲୁ ସ୍ୱାଇଁ,ସୁନିଲ ବିଶ୍ଵାଳ,ପଦ୍ମନାଭ ଭତ୍ରା,ଅନ୍ତର୍ଯ୍ୟାମୀ ବେହେରା,ଆଲୋକ ମଲ୍ଲିକ,

ଅମରସିଂ ମାଳି,ବିକ୍ରମ ସେଠୀ ,ନିଳାଦ୍ରୀ ଗଣ୍ଡ ,ସସ୍ମିତା ସାହୁ,ରଶ୍ମିତା ମିସ୍ତ୍ରୀ ,ପ୍ରମୁଖ ଏହି କର୍ମଶାଳା ରେ ଯୋଗଦେଇ ଥିଲେ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୋତିରାମ ଗଣ୍ଡ ମୌଳିକ ସଂଖ୍ୟାଜ୍ଞାନ ଦଳକୁ ଶ୍ରେଷ୍ଟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଦଳ ଭାବେ ପୁରସ୍କୃତ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସତ୍ୟ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।