May 14, 2026

ଉମରକୋଟ ଠାରେ ଜଗତ ଜନନୀ ଠାକୁରାଣୀ ଙ୍କ ନବଦିନ ଯାତ୍ରା ମାର୍ଚ୍ଚ ୩୧ରୁ ଆରମ୍ଭ…………

IMG-20250221-WA0019
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ର ପ୍ରସିଦ୍ଧ ଜଗତ ଜନନୀ ଠାକୁରାଣୀ ଙ୍କ ନବଦିନ ଯାତ୍ରା ମାର୍ଚ୍ଚ ୩୧ ତାରିଖ ରୁ ଆରମ୍ଭ ହେଇ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଝରିଗାଁ ରୋଡ ଠାରେ ଥିବା ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହେଇଥିଲା। ଏଥିରେ ସହରର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ବୈଠକରେ ସର୍ବ ସମ୍ମତି କ୍ରମେ କାଉନସିଲର ସାଇ ନାରାୟଣ ପାଢୀ ସଭାପତି ଭାବେ ମନୋନୀତ ହେଇଥିବା ବେଳେ ଉପସଭାପତି ଭାବେ ଆଶିଷ ରାଓ, ସଂପାଦକ ଭାବେ ସତ୍ୟ ନାରାୟଣ ମିଶ୍ର ଓ କୋଷାଧ୍ୟକ୍ଷ ଭାବେ ଗୋବିନ୍ଦ ମାଝୀ ମନୋନୀତ ହୋଇଛନ୍ତି। ମାଁ ଙ୍କ ନବଦିନ ଯାତ୍ରା ଚଳିତ ବର୍ଷ ଯେମିତି ମହାଆଡମ୍ବର ସହକାରେ ପାଳନ ହେଇ ପାରିବ ସେଥି ନେଇ ବିସ୍ତ୍ରୁତ ଆଲେଚନା ହୋଇଥିଲ । ଆଜିର ବୈଠକ ରେ ଗତ ବର୍ଷ ଯାତ୍ରାର ସମସ୍ତ ଆୟ ଓ ବ୍ୟୟ ର ସମସ୍ତ ସୂଚନା ବିସ୍ତୃତ ଭାବେ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମଙ୍ଗଳା ମନ୍ଦିର ପୂଜକ ଭୁବନେଶ୍ୱର ପୂଜାରୀ, ଶିରା ବଲ୍ଲଭ ମାଳି, ପୁରୋହିତ ତ୍ରିନାଥ ମିଶ୍ର, ପୂର୍ବତନ ନଗରପାଳ ପି.ରାବଣା ରାଓ, ଅଶୋକ ବେବର୍ତା, ବିଦ୍ୟାଧର ଜେନା, ବିଶ୍ୱନାଥ

ପ୍ରତାପ ସିଂ, ମନୋଜ ନାୟକ ସହିତ ବାରପାଲି ଗାଁ ର ରଇତ, ଶିରା ଏବଂ ପୁରୁଣା ଯାତ୍ରା କମିଟିର ସଦସ୍ୟ ଙ୍କ ସହ ସହରର ମାନ୍ୟ ଗଣ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।