ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ଵ ମାତୃଭାଷା ପାଳିତ …………………..
ବାଲେଶ୍ବର,,, ନୀଳଗିରି,ତା..21..2..24… ଭାବ ପ୍ରକାଶର ମାଧ୍ୟମ ଭାଷା ,ଭାଷାର ପରିସର ବ୍ୟାପକ ।ଭାଷା ଏକ ପ୍ରବହମାନ ଧାରା ପୃଥିବୀରେ ପ୍ରାୟ ପନ୍ଦର ହଜାରରୁ ଉର୍ଦ୍ଧ୍ବ ଭାଷା ପ୍ରଚଳିତ । ପ୍ରତ୍ୟେକ ଭାଷାର କେତେଗୁଡ଼ିଏ ଉପଭାଷା ରହିଛି । ଭାରତୀୟ ସମ୍ବିଧାନ ସ୍ଵୀକୃତ ଭାଷାମାନଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଷଷ୍ଠ ଶାସ୍ତ୍ରୀୟ ଭାଷାର ସମ୍ମାନ ମିଳିଛି । ଓଡ଼ିଆ ଭାଷାର ମୂଳ ଉତ୍ସ ହେଉଛି ଭାରତୀୟ ଆର୍ଯ୍ୟଭାଷା ।ଭାଷା ବ୍ୟବହାରିକରଣ ନହେଲେ ତାହା ମରିଯାଏ ।
ପ୍ରତ୍ୟେକ ମଣିଷ ନିଜ ମାତୃଭାଷାରେ ହିଁ ଚିନ୍ତାପ୍ରକଟ କରିଥାଏ ବୋଲି ଆଜି ବିଶ୍ୱ ମାତୃଭାଷା ଦିବସରେ ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା ଆୟୋଜିତ ଉତ୍ସବରେ ଅତିଥି ମାନେ ମତପ୍ରକାଶ କରିଛନ୍ତି । ମହାବିଦ୍ୟାଳୟର ଅଧକ୍ଷା ମଞ୍ଜୁଶ୍ରୀ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଗୃହବିଜ୍ଞାନର ବରିଷ୍ଠ ପ୍ରଧ୍ୟାପିକ ଶ୍ରୀମତୀ ମମତା ବରାଳ ମୁଖ୍ୟଅତିଥି, ସଂସ୍କୃତ ବିଭାଗର ଅଧ୍ୟାପକ ଡ଼ ହରିପଦ ଦାଶ ମୁଖ୍ୟବକ୍ତା, ଗୃହବିଜ୍ଞାନର ଅଧ୍ୟାପିକା ମମତା ପ୍ରିୟଦର୍ଶିନୀ ସାହୁ, ଶିକ୍ଷା ବିଭାଗର ସହକାରୀ ପ୍ରାଧ୍ୟାପିକ ପବିତ୍ରା ବେହୁରିଆ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଡ଼ ପ୍ରଦୀପ୍ତ କୁମାର ମିଶ୍ର ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଭାଗର ମୁଖ୍ୟ ଡ଼ ଶିବାନୀ ଡଗର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଓଡ଼ିଆ ଭାଷା ସାହିତ୍ୟର ଛାତ୍ରୀ ହେମଲତା ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।ଏଥିରେ ମହାବିଦ୍ୟାଳୟର ସମସ୍ତ୍ କର୍ମଚାରୀ ଯୋଗ ଦେଇଥିବାବେଳେ ଶତାଧିକ ଛାତ୍ରୀ ଉପସ୍ଥିତ ରହିଥିଲେ .
(ଦେବାଶିଷ ଦାଶ କ୍କ ରିପୋର୍ଟ୍)