ମିଷ୍ଟର ଓଡିଶା ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ଦିଆଗଲା ସମ୍ବର୍ଦ୍ଧନା। ଦ୍ଵିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ସସାଙ୍କ…………..

Share

 

ନବରଙ୍ଗପୁର:- ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ମିଷ୍ଟର ଓଡିଶା ବୋଡିବିଲଡିଙ୍ଗ ଚମ୍ପିୟାନସିପ ପ୍ରତିଯୋଗିତାର 70 କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ, ମୋଷ୍ଟ ଇମପୃଭଡ୍ ବୋଡିବିଲଡର ସମ୍ମାନ ସହ ପ୍ରଥମ ଉପବିଜେତା ପଦକ ଜିତିଛନ୍ତି ନବରଙ୍ଗପୁର ବୋଡିବିଲଡର ସଂଘର ସଶାଙ୍କ ଶେଖର ସାହୁ। ସେ ବିଗତ ଏକ ବର୍ଷ ଧରି କୋଚ ଲଲାଟେନ୍ଦୁ ପାତ୍ର (ରୋମିଓ)ଙ୍କ ତତ୍ତ୍ୱାବଧାନରେ ସେ ଏହି ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିଆସୁଥିଲେ। ଏହି ସ୍ୱର୍ଣ୍ଣ ପଦକ ସହ ସେ ଦ୍ୱିତୀୟ ଥର ପାଇଁ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇପାରିଛନ୍ତି। ଏବଂ ପୁର୍ବରୁ ସିକିମ ଗାଙ୍ଗଟକ ଠାରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ ମିଷ୍ଟର ଇଣ୍ଡିଆ ବୋଡିବିଲଡିଙ୍ଗ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ଜିତି ସମଗ୍ର ଦେଶରେ ନବରଙ୍ଗପୁର ଜିଲ୍ଲାକୁ ଗୌରବାନିତ୍ୱ କରିଥିଲେ। ଆଜି ସେ ନବରଙ୍ଗପୁର ଫେରିବା ପରେ ଜିଲ୍ଲା ପ୍ରଶାସନ ଏବଂ ନବରଙ୍ଗପୁର ବୋଡିବିଲଡରସ ଏସୋସିଏସନ ପକ୍ଷରୁ ସ୍ୱର୍ଣ୍ଣ ପଦକ ବିଜେତା ଶ୍ରୀ ସଶାଙ୍କ ଶେଖର ସାହୁ ଏବଂ ତାଙ୍କ କୋଚ ଶ୍ରୀ ଲଲାଟେନ୍ଦୁ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଗୌସିକ ଫିଟନେସ ପାର୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ରେଭେନ୍ୟୁ) ଶ୍ରୀ ନବୀନ ଚନ୍ଦ୍ର ନାୟକ ଏବଂ ସମ୍ମାନିୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଶିବ ଶଙ୍କର ପାଢ଼ୀ ଏବଂ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ଶ୍ରୀ ମନୋଜ ପଟ୍ଟନାୟକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଏବଂ ସମସ୍ତ ସମ୍ମାନୀୟ ଅତିଥି ମାନେ ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ୱର୍ଣ୍ଣ ପଦକ ବିଜେତା ଶ୍ରୀ ସଶାଙ୍କ ଶେଖର ସାହୁ ଏବଂ କୋଚ ଶ୍ରୀ ଲଲାଟେନ୍ଦୁ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ମୁଖ୍ୟ ଅତିଥି ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ (ରେଭେନ୍ୟୁ) ଶ୍ରୀ ନବୀନ ଚନ୍ଦ୍ର ନାୟକ ନିଜ ଅଭିଭାଷଣରେ ଯୁବପିଢ଼ିଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରହିବା ପାଇଁ ପରାମର୍ଶ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତା ସଶାଙ୍କ ଏବଂ ଲଲାଟେନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହା ସହ ପଞ୍ଜାବ ଲୁଧିଆନାରେ ହେବାକୁ ଥିବା ଆଗାମୀ ଜାତୀୟ ସ୍ତରୀୟ ମିଷ୍ଟର ଇଣ୍ଡିଆ ବୋଡିବିଲଡିଙ୍ଗ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ଉସ୍ଛାହିତ କରିଥିଲେ। ଏହି ଅବସରରେ ଆମେ ନରଙ୍ଗପୁରିୟା ଗ୍ରୁପ ଏବଂ ହୋଟେଲ ପୂଜାର ମୁଖ୍ୟ ଶ୍ରୀ ବିଭୁତିଭୂଷଣ ଲେଙ୍କା ଙ୍କ ଦ୍ୱାରା ଶ୍ରୀ ସଶାଙ୍କ ଶେଖର ସାହୁଙ୍କୁ ଆଗାମୀ ଜାତୀୟ ସ୍ତରୀୟ ବୋଡିବିଲଡିଙ୍ଗ ପ୍ରତିଯୋଗିତାର ପ୍ରସ୍ତୁତି ପାଇଁ ପାଞ୍ଚ ହଜାର ଟଙ୍କାର ପ୍ରସ୍ଛୋହନ ରାଶି ପ୍ରଦାନ ପ୍ରଦାନ କରାଯାଇଥିଲା, ପରିବର୍ତ୍ତନ ଫାଉଣ୍ଡେସନ ସଭାପତି ଶ୍ରୀ ନିନିବାବୁ ତ୍ରିପାଠୀଙ୍କ ଦ୍ୱାରା ଶ୍ରୀ ସଶାଙ୍କ ଶେଖର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିଜ ପ୍ରତିକ୍ରିୟାରେ ସଶାଙ୍କ ନିଜର ସଫଳତାର ଶ୍ରେୟ ନିଜ ପିତା, ମାତା ଏବଂ କୋଚ ଶ୍ରୀ ଲାଲାଟେନ୍ଦୁ ପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଏହା ସହ କଠିନ ପରିଶ୍ରମ କଲେ ଆମେ ନିଶ୍ଚିତ ଭାବରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ବୋଲି ଯୁବପିଢ଼ିଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବୋଡିବିଲଡର୍ସ ଏସୋସିଏସନ ଏବଂ ଗୌସିକ ଫିଟନେସ ପାର୍କର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମର ପରିଚାଳନାର ଦାୟିତ୍ବ ଶ୍ରୀ ବିକ୍ରମ ଦାଶ ନିର୍ବାହ କରିଥିଲେ। ପରିଶେଷରେ ଶ୍ରୀ ସମୀର ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)